ସ୍ତ୍ରୀକୁ ଠେଙ୍ଗାରେ ପିଟିପିଟି ମାରିଦେଲା ସ୍ୱାମୀ

add-all

ବଲାଙ୍ଗିର: ସ୍ତ୍ରୀକୁ ଠେଙ୍ଗାରେ ପିଟିପିଟି ମାରିଦେଲା ସ୍ୱାମୀ। ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଘୁମେର ଗାଁ ରେ ମହୁଲ ଫଳ ଗୋଟାଇବାକୁ ଯିବା ବେଳେ ଘଟିଛି ଅଘଟଣ । ପାରିବାରିକ କଳହ ହେତୁ ଉଭୟଙ୍କ ମଧ୍ୟରେ ବଚସା ହେବାରୁ ଉତ୍ୟକ୍ତ ହୋଇ ସ୍ତ୍ରୀକୁ ଠେଙ୍ଗାରେ ପିଟିପିଟି ମାରିଦେଇଛି ସ୍ୱାମୀ । ମୃତକ ହେଲେ ଘୁମେର ଗାଁର ରାଏମତି ସାହୁ (୬୦)। ହତ୍ୟାକାରୀ ସ୍ୱାମୀ ହେଉଛନ୍ତି ଲକ୍ଷ୍ମୀନ୍ଦ୍ର ସାହୁ।

ଖବର ପାଇ ଲରମ୍ଭା ଥାନା ପୋଲିସ ପହଞ୍ଚି ଶବ ଜବତ କରିବା ସହ ହତ୍ୟାକାରୀ ସ୍ୱାମୀକୁ ଅଟକରଖି ଅଧିକ ପଚରାଉଚରା କରୁଛି। ପରିବାର ଲୋକଙ୍କ କହିବା କଥା ଯେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଆଗରୁ କୌଣସି ଝଗଡା ନଥିବା ବେଳେ କୌଣସି କଥାକୁ ନେଇ ବଚସା ହେବା ଦ୍ୱାରା ଏଭଳି ଜଘନ୍ୟ କାଣ୍ଡ ଘଟିଥାଏ ପାରେ ବୋଲି ଅନୁମାନ କରାଯାଉଛି । ଏହି ଘଟଣାକୁ ନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ।

ad-week
Leave A Reply

Your email address will not be published.