ବାପାକୁ କୁରାଢ଼ିରେ ହାଣି ମାରିଦେଲା ପୁଅ…

add-all

ପିପିଲି: ପୁରୀ ଜ଼ିଲ୍ଲା ପିପିଲି ଥାନା ସାନକଣ୍ଟି ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ପୁଅର କୁରାଢ଼ି ଚୋଟରେ ଚାଲିଗଲା ବାପାର ଜୀବନ। ବାପା ହୃଷିକେଶ ପ୍ରଧାନଙ୍କ ମୃତ୍ୟୁ ଘଟିଛି। ତାଙ୍କର ବୟସ ୬୦ ବର୍ଷ ହେବ ବୋଲି କୁହାଯାଉଛି।

ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ପୁଅ ଜିତୁ ପ୍ରଧାନ ନିଶା ଶକ୍ତ ଅବସ୍ଥାରେ ଘରକୁ ଫେରିବା ପରେ ବାପା ହୃଷିକେଶଙ୍କ ସହିତ କୌଣସି କାରଣ ରୁଝଗଡା ହୋଇଥିଲା। ଏଥିରେ ଜିତୁ ରାଗି ଯାଇ ଘରେ ଥିବା ଏକ ଧାରୁଆ କୁରାଢ଼ିରେ ବାପାଙ୍କୁ ଆକ୍ରମଣ କରିଥିଲା । ଏଥିରେ ବାପା ହୃଷୀକେଶ ପ୍ରଧାନଙ୍କର ମୃତ୍ୟୁ ହୋଇଛି । ମଦ ପିଇ ନିଶାରେ ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି। ଖବର ପାଇ ପିପିଲି ଥାନା ପୁଲିସ ସାନକଣ୍ଟି ଗ୍ରାମରେ ପହଞ୍ଚି ଶବକୁ ଜବତ କରିବା ସହ ତଦନ୍ତ କରୁଛି। ଖାଲି ସେତିକି ନୁହେଁ, ପୁଅକୁ ବି ଅଟକ ରଖି ପଚରାଉଚରା କରୁଥିବା ଜଣାଯାଇଛି। ଏହି ଘଟଣା ପିପିଲିରେ ଚାଞ୍ଚଲ୍ୟ ଖେଳାଇଦେଇଛି।

ad-week
Leave A Reply

Your email address will not be published.