ରାଇଘର : ନାକଟିସିମଡ଼ା ପଞ୍ଚାୟତର ଲଖନପୁରୀର ଲୋକଙ୍କ ସୁରକ୍ଷା କୁ ନେଇ ପ୍ରଶ୍ନ ବାଚୀ..?

ଜିଲ୍ଲା ପ୍ରଶାସନର ପାରିବା ପଣ ବାଟରୁ ଯାଇ ହାଟରେ ଗଡିଲା…!

add-all
ରାତି ଅଧରେ ଜାଳି ଦେଲେ ପୁରା ଗାଁ…


ଉମରକୋଟ ( ୦୨/୦୬/୨୦୨୩) ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ନାକଟିସିମଡ଼ା ପଞ୍ଚାୟତ ଅଧିନସ୍ତ ଲଖନପୁରୀ ଗ୍ରାମରେ ଗତ କାଲି ଵିଲୋମ୍ବିତ ରାତିରେ କେହି ଦୁର୍ବିତ୍ତ ଗ୍ରାମର ସବୁ ଘରରେ ନିଆଁ ଲଗାଇ ଦେଇଥିବା ଦେଖିବାକୁ ମିଳିଛି l ସୂଚନା ପ୍ରକାରେ ବିଗତ ୧୭/୦୩/୨୦୨୩ ମାର୍ଚ୍ଚ ମାସରେ ସେହି ଲଖନପୁରି ଗ୍ରାମର ନାରାୟନ ନାଗେଶ କୁ ରାତି ଅନୁମାନିକ ପ୍ରାୟ ନଅ ଘଟିକା ସମୟରେ ମାଓବାଦୀ ମାନେ ଗୁଳି କରି ହତ୍ୟା କରିଥିଲେ ଏବଂ ଗାଁ ଛାଡ଼ିବାକୁ ଓ ଜଙ୍ଗଳ ଜମି ଚାଷ ନ କରିବାକୁ ଧମକ ଦେବା ସହ ପମ୍ପ୍ଲେଟ ଛାଡ଼ି ଯାଇଥିଲେ l ଏହାପରେ ସେହି ଲଖନପୁରୀର ବାସିନ୍ଦା ମାନେ ଭୟଭୀତ ହୋଇ ଘରର ଜରୁରୀ ଆସବାସ ଜିନିଷ ଧରି ସମସ୍ତେ ଅନତ୍ର ଯାଇ ରହିବାର ବନ୍ଦବସ୍ତ କରୁଥିଲେ l ରହିବାର ବନ୍ଦବସ୍ତ ହେଲାପରେ ଘରର ସବୁ ଆସବାସ ପତ୍ର ନେବ ଭାବି ସମସ୍ତ ଗ୍ରାମବାସୀ ନିଜ ନିଜ ଘରେ ଚାବି ଦେଇ ଯାଇଥିଲେ l କିନ୍ତୁ ଦୁଃଖର ବିଷୟ ଗତ କାଲି ବିଳମ୍ବିତ ରାତିରେ ଗ୍ରାମର ସବୁ ଘରେ ନିଆଁ ଲଗାଇ କେହି ଜାଳି ଦେଇଛନ୍ତି l ସେହି ଗ୍ରାମରେ ବସବାସ କରିବା ଲୋକଙ୍କୁ ପଚାରିବାକୁ କହିଲେ, ଏହି ପରି ଘଟଣା ମାଓବାଦୀ କିମ୍ବା ଗ୍ରାମରେ ଥିବା ରାଜନୈତିକ ଶତ୍ରୁତା ହୋଇ ପାରେ ବୋଲି ସନ୍ଦେହ କରାଯାଇଛି l ଏଠାରେ ସୂଚନା ଥାଉକି ଜଙ୍ଗଳ ଜମି ରାଇଘର ଅଞ୍ଚଳର ପ୍ରତି ଗ୍ରାମର ବାସିନ୍ଦା ମାନେ ନିଜ ନିଜ ଅକ୍ତି୍ୟାରେ ରଖିଛନ୍ତି ମାଓବାଦୀ ଙ୍କ ଧମକ ପରେ ଗ୍ରାମ ବାସୀ ଉକ୍ତ ଗ୍ରାମ ଛାଡି ଚାଲି ଯାଇଥିଲେ କେବଳ ବଳକା କିଛି ଘରୋଇ ସାମଗ୍ରୀ ହିଁ ସେଠାରେ ଥିଲା ଏହି ପରି ପେକ୍ଷି ରେ ଉକ୍ତ ଗରିବ ଖଟିଖିଆ ଙ୍କ ଘରେ ନିଆଁ ଲଗାଇବା କେତେ ଦୂର ଠିକ ଏଠାରେ ପୋଲିସ ବିଭାଗ କରୁଛି କଣ..?

ଜିଲ୍ଲା ପ୍ରଶାସନ ପାଖରେ ମାଓବାଦୀ ଙ୍କ ଦ୍ଵାରା ଦିଆ ଯାଇଥିବା ଧମକ ଅବଗତି ଥାଇ ସୁଦ୍ଧା ଗ୍ରାମ ବାସୀଙ୍କୁ ସୁରକ୍ଷା ଦେଇ ପାରିଲା ନାହିଁ କିପରି..? ଯାହାକୁ ନେଇ ବୁଦ୍ଧିଜୀବୀ ଓ ସାଧାରଣ ରେ ଅସନ୍ତୁଷ୍ଟ ଦେଖା ଦେଇଛି l ନବରଙ୍ଗପୁର ଜିଲ୍ଲାରେ ମୁଖ୍ୟତଃ ରାଇଘର ବ୍ଲକ ଅଞ୍ଚଳ ମାଓବାଦୀ ପ୍ରବଳ ଅଞ୍ଚଳ ଭାବେ ପରିଚିତ, କିଛି ବ୍ୟକ୍ତି ସ୍ୱାର୍ଥ ହାସଲ ପାଇଁ ମାଓବାଦୀ ନାମରେ ମଧ୍ୟ କାର୍ଯ୍ୟ ହାସଲ କରୁଥିବା ନଜିର ରହିଛି ତେଣୁ ପୋଲିସ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଏହି ଭଳି ବ୍ୟକ୍ତିଙ୍କୁ ଚି଼ହ୍ନଟ କରିବା ସହିତ ସାଧାରଣ ଲୋକଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ବୁଦ୍ଧି ଜୀବି ମହଲରେ ଦାବୀ ହେଉଛି l ଏଠାରେ ସୂଚନା ଥାଉକି ଗତ ବର୍ଷ ଉମରକୋଟ ବ୍ଲକ ଅନ୍ତର୍ଗତ ବୁର୍ଜା ପଞ୍ଚାୟତ ନିକଟରେ ଥିବା କପସା ଭାଟା ଗ୍ରାମରେ କିଛି କନ୍ଧ ପରିବାର ଲୋକଙ୍କ ଉପରେ ମଧ୍ୟ ଏହି ପରି ଘଟଣା ଘଟି ଯାଇଛି ଯାହାକି ଏବେ ସୁଦ୍ଧା ସେମାନଙ୍କ ମେରୁଦଣ୍ଡ ସିଧା ହୋଇ ପାରି ନାହିଁ ସେମାନଙ୍କୁ ମାନସିକ, ଶାରୀରିକ ଏବଂ ଅର୍ଥ ନୈତିକ ଭାବରେ ନିର୍ଯ୍ୟାତନା ଦିଆ ଯାଇଥିଲା, ଯାହାକି ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପାଖରେ ଖବର ଥିଲା କିନ୍ତୁ ସେହି କନ୍ଧ ପରିବାର ଲୋକଙ୍କୁ ସୁରକ୍ଷା ଦିଆଯାଇ ପାରିଲା ନାହିଁ ସେମାନେ ବି ଏହି ପରି ଜଙ୍ଗଲ ଜମି ଅକ୍ତିଆର କରି ଚାଷ ବାସ କରି ଜୀବିକା ଗୁଜରାଣ କରୁଥିଲେ l କିଛି ଅସାଧୁ ବ୍ୟକ୍ତିମାନେ ନିଜ ସ୍ୱାର୍ଥ ହାସଲ ପାଇଁ ଏହି ପରି କାର୍ଯ୍ୟ ବାରମ୍ବାର କରି ଆସୁଛନ୍ତି ତଥାପି ଜିଲ୍ଲା ପୋଲିସ ବିଭାଗ ଓ ଜିଲ୍ଲା ପ୍ରଶାସନ କିଛି ଆଖି ଦୃଶିୟା ପଦକ୍ଷେପ ନେଇ ନଥିବାକୁ ନେଇ ସମାଲୋଚନା ମଧ୍ୟ ହୋଇଛନ୍ତି l ତେଣୁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ପୋଲିସ ପ୍ରଶାସନ ଏହାକୁ ଗୁରୁତର ଭାବରେ ନେଇ ରାଇଘର ବ୍ଲକ ଅନ୍ତର୍ଗତ ନାକଟିସିମଡ଼ା ପଞ୍ଚାୟତ ର ଲଖନପୁରୀର ଗ୍ରାମ ବାସୀଙ୍କୁ ତୁରନ୍ତ ନ୍ୟାୟ ଓ ସୁରକ୍ଷା ପ୍ରଦାନ କରିବାକୁ ସାଧାରଣ ଓ ବୁଦ୍ଧି ଜୀବି ଗହଣ ରେ ଦାବୀ ହେଉଛି l

ad-week
Leave A Reply

Your email address will not be published.