ସତୀଗୁଡ଼ା ଜଳଭଣ୍ଡାରରେ ଡଙ୍ଗାବୁଡ଼ି ଘଟଣା : ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର

add-all

ମାଲକାନଗିରି: ମାଲକାନଗିରି ଜିଲ୍ଲା ସତୀଗୁଡ଼ା ଜଳଭଣ୍ଡାରରେ ନିଖୋଜ ୨ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ଆଜି ସକାଳେ ଉଦ୍ଧାର ହୋଇଛି। ଉକ୍ତ ମହିଳାଙ୍କ ନାଆଁ ତୁଳସୀ ମାଢି ବୋଲି ଜଣାଯାଇଛି। ଏବେ ମୃତକଙ୍କ ସଂଖ୍ୟା ୩ରେ ପହଞ୍ଚିଛି। ନିଖୋଜ ଗୋବିନ୍ଦ ସରଦାରଙ୍କୁ ଉଦ୍ଧାର ଲାଗି ଜୋରଦାର ଅପରେସନ ଜାରି ରହିଛି। ଅଗ୍ନିଶମ କର୍ମଚାରୀମାନେ ସର୍ଚ ଅପରେସନ ଜାରି ରଖିଛନ୍ତି।

ସୂଚନାଯୋଗ୍ୟ, ଗତକାଲି କାଳ ବୈଶାଖୀର ପ୍ରଭାବରେ ଏୟାର ଷ୍ଟ୍ରିପ୍ କାନ୍ଥ ଭୁଶୁଡ଼ି ଦୁଇ ଶ୍ରମିକ ପ୍ରାଣ ହରାଇଥିଲେ। ନିର୍ମାଣାଧୀନ ଏୟାରଷ୍ଟ୍ରିପ୍‌ର ପାଚେରୀ ଭାଙ୍ଗିଯାଇଥିଲା। ଫଳରେ ଏଠାରେ କାର୍ଯ୍ୟରତ ୩ ଜଣ ଶ୍ରମିକ ଗୁରୁତର ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ଭିତରୁ ୨ ଜଣ ପ୍ରାଣ ହରାଇଥିଲେ। ସେହିପରି ମାଲକାନଗିରି ସହର ନିକଟସ୍ଥ ସତୀଗୁଡ଼ା ଜଳଭଣ୍ଡାରରେ ୨ଟି ଡଙ୍ଗା ବୁଡ଼ିଯାଇଥିବାରୁ ୨ ଜଣ ମତ୍ସଜୀବୀ ନିଖୋଜ ଥିଲେ। ସେମାନଙ୍କର ପରିଚୟ ମିଳିନଥିଲା। କିନ୍ତୁ ସେମାନେ ଜଳଭଣ୍ଡାର ଭିତରକୁ ମାଛ ଧରିବାକୁ ଯାଇଥିଲେ ବୋଲି କୁହାଯାଉଛି।

ad-week
Leave A Reply

Your email address will not be published.