ପୁରୀରେ ସ୍ନାନଯାତ୍ରା ପ୍ରସ୍ତୁତି ନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କଲେ 5T ସଚିବ ଭି.କେ. ପାଣ୍ଡିଆନ୍‌

add-all

ପୁରୀ: ପୁରୀରେ 5T ସଚିବ ଭି.କେ. ପାଣ୍ଡିଆନ୍‌। ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ପରିକ୍ରମା ମାର୍ଗର ଅନୁଧ୍ୟାନ କରିବା ସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି 5T ସଚିବ । ଦ୍ରୁତଗତିରେ ଚାଲିଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ। ପ୍ରତି ସପ୍ତାହରେ ଭିକେ ପାଣ୍ଡିଆନ୍‌ ପୁରୀ ଯାଇ କାମଗ୍ର ଅଗ୍ରଗତି ଦେଖିବା ସହ ଧାର୍ଯ୍ୟ ସମୟରେ କାମ ସାରିବାକୁ ଟାର୍ଗେଟ ଦେଇଛନ୍ତି।

ଆଜି ମଧ୍ୟ ଶ୍ରୀମନ୍ଦିର ଚାରିପାଖ ପରିକ୍ରମା ମାର୍ଗ ଅନୁଧ୍ୟାନ କରିଛନ୍ତି। ପୁରୀ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ନିର୍ମାଣକାରୀ ସଂସ୍ଥାର ଅଧିକାରୀ ଉପସ୍ଥିତ ଥିଲେ। ପ୍ରକଳ୍ପ କାର୍ଯ୍ୟ ଅନୁଧ୍ୟାନ କରିବା ସହ ସ୍ନାନଯାତ୍ରା ପ୍ରସ୍ତୁତି ନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି।

ad-week
Leave A Reply

Your email address will not be published.