ଉତ୍କଳ ସାମ୍ବାଦିକ ସଂଘର ସାଧାରଣ ଅଧିବେସନ ଓ ନୂତନ କର୍ମକର୍ତା ମନୋନୀତ

add-all

ମାଲକାନଗିରି : ତା. ୦୪.୦୬.୨୦୨୩ – ମାଲକାନଗିରି ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘର ଆଜି ଜିଲ୍ଲା ସ୍ତରୀୟ ସାଧାରଣ ପରିଷଦ ବୈଠକ ସହ ଆସନ୍ତା ଦୁଇବର୍ଷ ପାଇଁ ନୂତନ କର୍ମକର୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ସଂଘ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ରାଜ୍ୟ କାର୍ଯ୍ୟକାରୀ କମିଟି ସଦସ୍ୟ ଶିବଦତ୍ତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୭୦ରୁ ଉର୍ଧ ସଦସ୍ୟ ସଦସ୍ୟା ଅଂଶଗ୍ରହଣ କରିଥିଲୋ ଏଥିରେ ପର୍ଯ୍ୟବେକ୍ଷକ ଭାବେ ରାଜ୍ୟ ସଂଘରୁ ଆସିଥିବା ନରସିଂହ ବ୍ରହ୍ମା ଓ ପ୍ରଦୀପ କୁମାର ବକ୍ସି ଉପସ୍ଥିତ ରହି ସଂଘ ସମ୍ବନ୍ଧରେ ଆଲୋକପାତ କରିଥିଲ । ରାଜ୍ୟ ସରକାର ସାମ୍ବାଦିକ ମାନଙ୍କ ସାମାଜିକ ସୁରକ୍ଷା ଆଇନ ଲାଗୁ କରିବା, ସ୍ୱାସ୍ଥ୍ୟ ବିମା ୨ ଲକ୍ଷରୁ ୫ ଲକ୍ଷ ଟଙ୍କା ବୃଦ୍ଧି କରିବା, ବିଭିନ୍ନ ଜିଲ୍ଲାରେ ସାମ୍ବାଦିକ ମାନଙ୍କ ଉପରେ ହେଉଥିବା ଆକ୍ରମଣ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ସମସ୍ତ ସାମ୍ବାଦିକଙ୍କୁ ଅବସରକାଳୀନ ପେନସନ୍ ପ୍ରଦାନ କରିବା ଇତ୍ୟାଦି ଦାବି ସରକାର ତୁରନ୍ତ ଗ୍ରହଣ କରିବା ପାଇଁ ଦାବି କରା ଯାଇଥିଲ । ପରେ ପରେ ଆଗାମୀ ଦୁଇବର୍ଷ ପାଇଁ ନୂତନ କର୍ମକର୍ତା ଚୟନ ପ୍ରକିୟା ଅନୁଷ୍ଠିତ ହୋଇଥିଲ । ଏହି ନିର୍ବାଚନ ପରିଚାଳନା ଦାୟିତ୍ୱରେ ରାଜ୍ୟ ସଭାପତି ବିଭୁତି ଭୁଷଣ କରଙ୍କ ନିର୍ଦେଶରେ ଶ୍ରୀ ବ୍ରହ୍ମା, ଶ୍ରୀ ବକ୍ସି ଓ ଶ୍ରୀ ସାହୁ ପରିଚାଳନା କରିଥିଲ । ସର୍ବସମ୍ମତି କ୍ରମେ ଉତ୍କଳ ସାମ୍ବାଦିକ ସଂଘର ସଭାପତି ଭାବେ ଦୁର୍ଯ୍ୟୋଧନ ପାତ୍ର ପୁନର୍ବାର ମନୋନୀତ ହୋଇଥିବା ବେଳେ କାର୍ଯ୍ୟକାରୀ ସଭାପତି ଭାବେ ଅଶୋକ ମିଶ୍ର, ଉପ ସଭାପତି ମୁକୁନ୍ଦ ନାୟକ, ସାଧାରଣ ସମ୍ପାଦକ ବି. ଶ୍ରୀନିବାସ ପାତ୍ର, କାର୍ଯ୍ୟାଳୟ ସମ୍ପାଦକ ସତ୍ୟନାରାୟଣ ଦାସ, ଯୁଗ୍ମ ସମ୍ପାଦକ ଅପୁର୍ବ ଥଣ୍ଡର, ବିଦେଶୀ ଗୌଡ, କୋଷାଧ୍ୟକ୍ଷ ହୃଶିକେଷ ସେଠି, ଉପଦେଷ୍ଟା ପ୍ରଭାକର ସୁନା, ସିମାଂଚଳ ପାଣିଗ୍ରାହି ମନୋନୀତ ହୋଇଥିଲା ବେଳେ ଜିଲ୍ଲା କାର୍ଯ୍ୟାକାରିଣୀ ସଦସ୍ୟ ଭାବେ ଭଗବାନ ସାହୁ, ବିଦ୍ୟୁତ୍ ବୈରାଗୀ, ବିକ୍ରମ ସ୍ୱାଇଁ, ବାସୁଦେବ ଜେନା, ମାଣିକ ବାଛାର, ଏ. ଦେବାଶିଷ ପାତ୍ର ପ୍ରମୁଖ ବ୍ୟକ୍ତି ମାନେ ସର୍ବସମ୍ମତି କ୍ରମେ ମନୋନୀତ ହୋଇଥିଲେ । ପର୍ଯ୍ୟବେକ୍ଷକ ଶ୍ରୀ ବ୍ରହ୍ମା ସମସ୍ତ ନୂତନ କର୍ମକର୍ତା ମାନଙ୍କୁ ଶପଥ ପାଠ କରାଇଥିଲା ବେଳେ ଶ୍ରୀ ଭଗବାନ ସାହୁ ଧନ୍ୟବାଦ ଅର୍ପଣ କରିଥିଲ ।

ad-week
Leave A Reply

Your email address will not be published.