ବାଇକ୍ ଦୁର୍ଘଟଣା ଗ୍ରସ୍ତ ଯୁବକ ମୃତ…

add-all


କୁଆଁରମୁଣ୍ଡା– ଗତ କାଲି ବିଳମ୍ବିତ ରାତି ରେ ୧୪୩ ନଂ ଜାତିୟ ରାଜପଥ ଜମୁନାନାକି ଛକ ରେ ଠିଆହୋଇ ଥିବା ଏକ ଟ୍ରେଲର (ବି.ଆର ୪୪ଜିଏ ୨୧୫୪)କୁ ଏକ ବାଇକ୍ (ହଣ୍ଡାସାଇନ୍) ନଂଓଡି୧୪ଜି୬୭୯୨ ଧକ୍କା ଦେଇ ଥିଲା ।
ଧକ୍କା ଦେଇ ଥିବା ଯୁବକ ପ୍ରଶାନ୍ତ କୁମାର ମଲ୍ଲିକ ୩୦ ଙ୍କ ର ଘଟଣା ସ୍ଥଳ ରେ ହିଁ ପ୍ରାଣ ବାୟୁ ଉଡିଯାଇ ଥିଲା ।ମୃତକ ଜଣକ
ବିବାହିତ ଓ ଗୋଟିଏ ଛୁଆ ର ବାପା ବୋଲି ଜଣାପଡ଼ିଛି, ମୃତକ ଜଣକ ସାଇଭେଲି ସ୍କୁଲ ପାଖ କଲୋନୀ ରେ ସପରିବାର ସହ ରହୁ ଥିବା ଜଣାପଡିଛି ।କୁଆଁରମୁଣ୍ଡା ଫାଣ୍ଡି ପୋଲିସ ଘଟଣା ସ୍ଥଳ ରେ ପହଞ୍ଚି ଶବଟିକୁ ଜବତ କରିବାସହ
ଶବ ବ୍ଯବଚ୍ଛେଦ ପାଇଁ ପଠାଇ ଦେଇଛନ୍ତି। ଶବ ବ୍ଯବଚ୍ଛେଦ ପରେ ମୃତକ ଙ୍କୁ ପରିବାରବର୍ଗଙ୍କୁ ହସ୍ତାନ୍ତର କରିବେ ବୋଲି ପୋଲିସ ସୂଚନା ଦେଇଛି । ଯୁବକ ଜଣକ ଙ୍କ ର ଅକାଳ ବିୟୋଗ ରେ ଜମୁନାନାକି ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି । ପୋଲିସ ଘଟଣା ସ୍ଥଳରୁ ଦୁର୍ଘଟଣା ଘଟାଇ ଥିବା ବାଇକ ଟିକୁ ଜବତ କରିଛି

ad-week
Leave A Reply

Your email address will not be published.