ବ୍ରହ୍ମପୁର : ଦାଦାବଟି ମାଗିବା ସହିତ ଆଖୁରସ ବ୍ୟବସାୟୀ କୁ ଆକ୍ରମଣ କରିବା ଅଭିଯୋଗ ରେ ନିମଖଣ୍ଡି ଥାନା ପୋଲିସ ଲୋଚାପଡା ଗଣେଷ ମାର୍ଗର ଚାରି ଜଣଙ୍କୁ ଗିରଫ କରିଛି। ଚଳିତ ମାସ ଜୁନ ପ୍ରଥମ ତାରିଖରେ ଲୋଚପଡା ଚୁଆ ବନ୍ଧ ନିକଟରେ ଆଖୁରସ ବିକ୍ରି କରୁଥିବା ସୁବାଷ ଚନ୍ଦ୍ର ବେହେରା ଏନେଇ ନିମଖଣ୍ଡି ଥାନାରେ ଅଭିଯୋଗ କରିଥିଲା । ଦିପହର ସମୟରେ ଚାରି ଜଣ ବ୍ୟକ୍ତି ଆସି ଆଖୁରସ ପିଇଥିଲେ।ତାଙ୍କୁ ପଇସା ମାଗିବାରୁ ସେମାନେ ପଇସା ଦେବାକୁ ମନା କରିବା ସହିତ ସୁବାଷ କୁ ଗାଳିଗୁଲଜ କରି ଦାଦାବଟି ମାଗିଥିଲେ। ଏନେଇ ନିମଖଣ୍ଡି ଥାନାରେ ଅଭିଯୋଗ ହେବା ପରେ ପୋଲିସ ନିମଖଣ୍ଡି ଗଣେଷ ମାର୍ଗରେ ରହୁ ଥିବା ଭାଜରାମ ମେହର, କାର୍ତିକଶ୍ୱର ମେହର, ଗୋପାଳ ମେହେର, ସତ୍ୟନାରାୟଣ ମେହର କୁ ଗିରଫ କରିଥିବା ପୋଲିସ ସୂଚନା ଦେଇଛି।
