
ରାଉରକେଲା (୫/୬) : ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ର୍ଏସ୍ପିସିବି) ରାଉରେକଲା ଆଂଚଳିକ ଶାଖା ପକ୍ଷରୁ ବିଶ୍ୱ ପରିବେଶ ଦିବସ ଆଜି ସ୍ଥାନୀୟ ସିଭିକ ସେଣ୍ଟର ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆରଏସପିର ଇଡି (ୱାକ୍ସ)ର୍ ଏସ୍. ଆର. ସୂର୍ଯ୍ୟବଂଶୀ ମୁଖ୍ୟ ଅତିଥି ଭୀବେ ଯୋଗ ଦେଇଥିଲେ। ଆର ସି ସିଏଫ ଡଃ.ଅରୁଣ କୁମାର ମିଶ୍ର, ଆରଏସପି ର ଏମଏମ ବିଭାଗ ଇଡି ସୋମନାଥ ତ୍ରିପାଠୀ, ରାଉରକେଲା ଆରଏମସିର ଡେପୁଟି କମିଶନର ସୁଧାଂଶୁ ଭୋଇ, ଏନ୍ଆଇଟିର ପଦାର୍ଥ ବିଜ୍ଞାନ ବିଭାଗ ପ୍ରୋଫେସର ଡଃ.ସିଦ୍ଧାର୍ଥ ଏସ ଜେନା , ଫ୍ୟାକ୍ଟ୍ରି ଆଣ୍ଡ ବଏଲର ବିଭାଗର ଡେପୁଟି ଡାଇରକ୍ଟର ଇଂ. ବିଭୁ ପ୍ରସାଦ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଂଚାସୀନ ରହି ଏହି ଦିବସର ତାତ୍ପର୍ଯ୍ୟ ସଂପକ ବିଭିନ୍ନ ଦିଗରୁ ଆଲୋଚନା କରିଥିଲେ। ପରିବେଶ ସୁରକ୍ଷା ନେଇ ପ୍ରତିବର୍ଷ ଜନସଚେତନତା ପାଇଁ ଏହି ଦିବସ ପାଳନ କରାଯାଇ ଆସୁଛି । ସନ୍ତୁଳିତ ପରିବେଶ ପାଇଁ ଆମ ଜୀବନ ଶୈଳୀ ଓ ଅଭ୍ୟାସ ର ପରିବର୍ତନ ଆବଶ୍ୟକ , ସେଥିପାଇଁ ପ୍ରତ୍ୟେକ ନିଜ ନିଜ ସ୍ତରରେ ଉଦ୍ୟମ ଜାରି ରଖିବାକୁ ଅତିଥିମୋନ ଆହ୍ୱାନ ଦେଇଥିଲେ। ବିଶେଷ କରି ପ୍ଲାଷ୍ଟିକ ପ୍ରଦୂଷଣ କୁ ପ୍ରତିହତ କରିବା ଉପରେ ଗୁରୁତ୍ବ ପ୍ରଦାନ କରିଥିଲେ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ଟ୍ରେନ ଦୁର୍ଘଟଣା ରେ ମୃତ୍ୟୁ ବରଣ କରିଥବା ଯାତ୍ରୀଙ୍କ ଉଦେଶ୍ୟରେ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା l
ଅତିରିକ୍ତ ମୁଖ୍ୟ ପରିବେଶ ବୈଜ୍ଞାନିକ ତଥା ଏସ୍ପିସିବିର ରାଉରକେଲା ଆଞ୍ଚଳିକ ଅଧିକାରୀ ଡଃ ବି.ବି. ଦାଶ ଅଧ୍ୟକ୍ଷତା କରିବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ପ୍ରଦୂଷଣ ନିରାକରଣ ପାଇଁ ବିଭାଗ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସଂପକର୍ରେ ସେ ଆଲୋକପାତ କରି ଆପତଃକାଳୀନ ସ୍ଥିତି ପ୍ରତି କଳକାରଖାନା କତ୍ତୃପକ୍ଷକୁ ସଜାଗ ରହିବାକୁ ପରାମର୍ଶ ଦେଇଥିଲେ । ରାଉରେକଲୋର ବାୟୁ ପ୍ରଦୂଷଣର ମାତ୍ରାକୁ ହ୍ରାସ ସହ ପ୍ଲାଷ୍ଟିକ ପଲିଥିନ ବ୍ୟବହାର ନ କରିବା ଦିଗରେ ସେ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ବୈଷୟିକ ପର୍ଯ୍ୟାୟରେ ଆରସିସିଏଫ ଡଃ.ଅରୁଣ କୁମାର ମିଶ୍ର ଜୈବ ବିବିଧତା ସଂପକର୍ରେ ସନ୍ଦର୍ଭ ଉପସ୍ଥାପନ କରିଥିଲେ। ସେହିପରି ଇଂ.ବିଭୁ ପ୍ରସାଦ କାରଖାନା ସୁରକ୍ଷା ଓ ପ୍ରଦୂଷଣ ନିରାକରଣ ସଂପକର୍ରେ ସନ୍ଦର୍ଭ ଉପସ୍ଥାପନ କରିଥିଲେ।ଏତଦ୍ବ୍ୟତୀତ ରାଉରେକଲୋର ବାୟୁ ପ୍ରଦୂଷଣର ସ୍ଥିତି ଓ ପ୍ଲାଷ୍ଟିକ ପରିଚାଳନା ସଂପକର୍ରେ ଏସପିସିବିର ଆରଓ ଡଃ.ବି ବି ଦାଶ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମକୁ ଏସ୍ପିସିବିର ଡେପୁଟି ଏନ୍ଭାଇରୋମଣ୍ଟ ଇଂଜିନିୟର ବିଜୟ କୁମାର ଭୋଇ ସଂଯୋଜନା କରିଥିଲେ । ଏହି ଦିବସ ଉପଲେକ୍ଷ ପୂର୍ବରୁ ଅନୁଷ୍ଠିତ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କ ସହ ଅନ୍ୟ ମାନଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା ।ଏହି ଅବସରରେ
ୱାଇଏମଏଫଆଇ ପକ୍ଷରୁ ପ୍ଲାଷ୍ଟିକ ବର୍ଜନ ନେଇ ଏକ ପଥପ୍ରାନ୍ତ ନାଟକ ପ୍ରଦର୍ଶନ କରାଯାଇଥିଲା l ଏତତବ୍ୟତୀତ ପୂର୍ବରୁ ସାଇକେଲ ରାଲି, ମାଗଣାରେ କପଡା ବ୍ୟାଗ ବିତରଣ ସହ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା l ଆୟୋଜିତ କାର୍ଯ୍ୟକ୍ରମ ରେ ବିଭିନ୍ନ ଶିଳ୍ପ, ଖଣି, ହସ୍ପିଟାଲ ଓ ବିଭିନ୍ନ ସରକାରୀ ବିଭାଗ ପ୍ରତିନିଧିମୋନ ଯୋଗ ଦେଇଥିଲେ। ବିଭାଗୀୟ ଡେପୁଟି ପରିବେଶ ଯନ୍ତ୍ରୀ ଆର ଆର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମ ପରିଚାଳନାର ବିଭାଗୀୟ ସେକ୍ସନ ଅଫିସର ଅନୁପମ ଦେ ଙ୍କ ସେମତ ସମସ୍ତ ଷ୍ଟାଫ ସହଯୋଗ କରିଥିଲେ ।