ବାହାନଗା ଟ୍ରେନ ଟ୍ରାଜେଡି : ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ କଂଗ୍ରେସ ନେତୃବୃନ୍ଦ

add-all

ଭଦ୍ରକ : କଂଗ୍ରେସ ର ଏକ ପ୍ରତିନିଧିଦଳ ସୋମବାର ଭଦ୍ରକ ଡାକ୍ତର ଖାନା ରେ ପହଞ୍ଚି ଆହାତ ଙ୍କ ଚିକିତ୍ସା ବ୍ୟବସ୍ଥା ପଚାରି ବୁଝିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ଙ୍କ ନେତୃତ୍ବ ରେ ସାଂସଦ ଅଧୀର ରଞ୍ଜନ ଚୌଧୁରୀ ରାଜ୍ୟ କଂଗ୍ରେସ ପ୍ରଭାରୀ ସାଂସଦ ଡାକ୍ତର ଚେଲ୍ଲା କୁମାର, ବିଜୟ ପଟ୍ଟନାୟକ ବିଧାୟକ ତାରା ପ୍ରସାଦ ବାହିନୀ ପତି ,ଜୟଦେବ ଜେନା ,ପ୍ରସାଦ ହରିଚନ୍ଦନ ନବଜୌତି ପଟ୍ଟନାୟକ ଅନୁଲେଖା ବସା ସୁବ୍ରତ ଦାଶ ନଳିନୀ ମହାନ୍ତି, ମନୋଜ ବିଶ୍ବାଳ, ଦେବେନ୍ଦ୍ର ମହାନ୍ତି, ମାନସ ଚୌଧୁରୀ,ପ୍ରମୁଖ ଏହି ପ୍ରତିନିଧିଦଳ ରେ ସାମିଲ ଥିଲେ ଆହାତ ଙ୍କ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହ ସେମାନଙ୍କ ଆଂଶୁ ଆରୋଗ୍ୟ କାମନା କରିଛନ୍ତି ଏହି ଅବସର ରେ ଉଭୟ ବାଲେଶ୍ବର ଓ ଭଦ୍ରକ ବାସୀ ଦୁର୍ଘଟଣାଗ୍ରସ୍ତ ଙ୍କ ଚିକିତ୍ସା ଲାଗି ଶହ ଶହ ସଂଖ୍ଯା ରେ ରକ୍ତ ଦାନ କରୁଥିବାରୁ ,ତାହାର ପ୍ରଶଂସା କରିଛନ୍ତି ରବିବାର ମଧ୍ଯ ଭଦ୍ରକ ଜିଲ୍ଲା ଯୁବ ଛାତ୍ର କଂଗ୍ରେସ ଆନୁଷ୍ଠାନିକ ଭାବେ ଆହାତ ଙ୍କ ଉଦେଶ୍ୟ ରେ ସ୍ଥାନୀୟ ରକ୍ତ ଭଣ୍ଡାର ପରିସର ରେ ଏକ ରକ୍ତ ଦାନ ଶିବିର ଆୟୋଜନ କରାଯାଇଥିଲା

ad-week
Leave A Reply

Your email address will not be published.