ଡିଭାଇଡର ଉପରେ ଚଢିଗଲା ଟ୍ରକ

add-all

ହିଞ୍ଜିଳିକାଟୁ (୭।୫) : ହିଞ୍ଜିଳି ଥାନା ଅନ୍ତର୍ଗତ ହିଞ୍ଜିଳିକାଟୁ ନିକଟ ସୋମପୁର ଛକ ଏନ ହେଚ ରୋଡ ୫୯ ଉପରେ ଏକ ଟ୍ରକ ଯାନ୍ତ୍ରିକ ତୃଟି ଯୋଗୁଁ ଭାରସାମ୍ୟ ହରାଇ ଡିଭାଇଡର ଉପରେ ଚଢିଯାଇଛି ।ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା ଵେଳେ ଟ୍ରକ ଆଗ ଭାଗ ନଷ୍ଟ ହୋଇଯାଇଛି। ହିଞ୍ଜିଳିକାଟୁ ଠାରୁ ବ୍ରହ୍ମପୁର ଯାଉଥିବା ଓଆର୦୨ ବି ୟୁ ୫୯୬୪ ନଂ ଖାଲି ଟ୍ରକଟି ସୋମବାର ସଂନ୍ଧ୍ଯାରେ ରେ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ସୋମପୁର ଛକ ଆଚିକାବନ୍ଧ ଛକ ମଧ୍ୟରେ ରେ ଭାରସାମ୍ୟ ହରାଇ ଟ୍ରକ ଟି ଡିଭାଇଡର ଉପରେ ଚଢିଗଲା। ଡିଭାଇଡର ଲୁହା ଫ୍ରେମ ସମ୍ପୁର୍ଣ୍ଣ ନଷ୍ଟ ହୋଇଥିବା ବେଳେ ଟ୍ରକ୍ ଆଗଭାଗ ନଷ୍ଟ ହୋଇଯାଇଛି। ଖବର ପାଇ ହିଞ୍ଜିଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣାରେ କୌଣସି ଜନଜୀବନ ନଷ୍ଟ ହୋଇନଥିବା ଓ ଏ ନେଇ ହିଞ୍ଜିଳି ଥାନାରେ ମାମଲା ରୁଜୁ ହୋଇନଥିବା ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସଙ୍କ ଠାରୁ ସୂଚନା।

ad-week
Leave A Reply

Your email address will not be published.