ବର୍ଷା ପୂର୍ବରୁ ପୂର୍ତ୍ତ ବିଭାଗ ଦ୍ଵାରା ନିର୍ମିତ ପିଚୁ ସଡ଼କର ଅବସ୍ଥା ଦୟନୀୟ…

add-all

ମାଲକାନଗିରି : (୦୫/୦୬) : କୁଡୁମୁଲୁଗୁମ୍ମା ଓ କତାମେଟାକୁ ସଂଯୋଗ କରୁଥିବା ଏକ ମାତ୍ର ରାସ୍ତା ନିର୍ମାଣରେ ହୋଇଥିବା ଦୁର୍ନୀତି ରାସ୍ତା ଭୁଶୁଡ଼ି ଦେଖା ଯାଉଛି। ୧୯କି.ମି. ଦୈର୍ଘ୍ୟ ବିଶିଷ୍ଟ ପିଚୁ ରାସ୍ତା କେତେବେଳେ ନିର୍ମାଣ ତ ଆଉ କେତେବେଳେ ମରାମତି ଭିତରେ ଗତ ଦୁଇ ମାସ ତଳେ ପ୍ରାୟ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟ ଜନକ ଘଟଣା ଯାହା ସ୍ଥାନୀୟ ଲୋକଙ୍କୁ ଚକିତ କରିଛି ଯେ ଅନ୍ତତଃ ବର୍ଷା ଋତୁ ଆସିବା ପୂର୍ବରୁ ହିଁ ରାସ୍ତାର ଏଭଳି ବିକଟାଳ ରୂପ କେଉଁ ପ୍ରକାରର ଜନମଙ୍ଗଳ ! ପିଚୁ ରାସ୍ତା ଫାଟି ଆଁ କରିଥିବା ଦୃଶ୍ୟ ପ୍ରକୃତରେ କିଭଳି ବିକାଶକୁ ବୟାନ କରୁଛି !! ପ୍ରଶାସନର ଅଭୟ ଛତ୍ରଛାୟା ତଳେ ଗରିବ ଆଦିବାସୀଙ୍କୁ ବିକାଶ ନାଆଁରେ କେତେଦିନ ଆଉ ଲୁଟି ଚାଲିଥିବେ ରାହୁ ଠିକାଦାର !!! କେବଳ ସେତିକି ନୁହେଁ ରାସ୍ତା ପାଖରେ ହିଁ ଭଗ୍ନ ଅବସ୍ଥାରେ ଭାଙ୍ଗି ପଡ଼ିଥିବା ମଟର ସାଇକେଲର ନମ୍ବର ପ୍ଲେଟ୍ ବୟାନ କରୁଛି ଯେ ନିଶ୍ଚିତ ପରିପ୍ରେକ୍ଷୀରେ ଦୁର୍ଘଟଣା ମଧ୍ୟ ହୋଇ ସାରିଲାଣି ।
ବର୍ତ୍ତମାନ ଘଟଣାକୁ ନେଇ ବୁଦ୍ଧିଜୀବି ମହଲରେ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି ଯେ, ରାସ୍ତା ନିର୍ମାଣରେ ପିଚୁ ଖାଇ ହଜମ କରିଦେଲେ କି ଠିକାଦାର ? ଯନ୍ତ୍ରୀ ମହୋଦୟଙ୍କ ଠିକାଦାର ପ୍ରେମ ଏତେ ଓଜନଦାର ହୋଇଗଲା କି ଯାହା ଫଳରେ ଚେପା ହୋଇଗଲା ସଦ୍ୟ ନିର୍ମିତ ପିଚୁ ରାସ୍ତା ? ନିର୍ମାଣ ଜନିତ ଦୁର୍ନୀତି ଜରିଆରେ ଧର୍ମକୁ ଆଖିଠାର ହିଁ, ଫଳକରେ ଥିବା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ମିତହାସ୍ୟ ପଛର କାରଣ କି ? ତେବେ ଖବର ପ୍ରସାରଣ ପରେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ମାଲକାନଗିରିଙ୍କ ଦୁର୍ନୀତି ବିରୋଧୀ ଆଭିମୁଖ୍ୟ ଦେଖିବାକୁ ଅପେକ୍ଷାରେ ଜିଲ୍ଲାବାସୀ ।

ad-week
Leave A Reply

Your email address will not be published.