“ମୁଁ ବି ବଞ୍ଚିବାକୁ ଚାହେଁ” କାର୍ଯ୍ୟକ୍ରମ ଅନୁଷ୍ଠିତ

add-all

ବ୍ରହ୍ମପୁର : ବିଶ୍ୱ ପରିବେଶ ଦିବସ ଅବସରରେ ବ୍ରହ୍ମପୁର ସବୁଜ ବାହିନୀ ପକ୍ଷରୁ “ମୁଁ ବି ବଞ୍ଚିବାକୁ ଚାହେଁ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଗଛର ମଧ୍ୟ ଜୀବନ ଅଛି; ମନୁଷ୍ୟ ଦେହରେ କଣ୍ଟା ମାରିଲେ ଯେଭଳି ଯନ୍ତ୍ରଣା ଅନୁଭୂତ ହୁଏ ସେହିଭଳି ଗଛ ମଧ୍ୟରେ କଣ୍ଟା,ଲୁହା ତାର ଆଦି ବାନ୍ଧିଲେ ସେହିଭଳି ଯନ୍ତ୍ରଣା ଅନୁଭୂତ ହୁଏ। ଏହି ବାର୍ତ୍ତାକୁ ନେଇ ବ୍ରହ୍ମପୁର ସବୁଜ ଵହିନୀ ଦ୍ୱାରା “ମୁଁ ବି ବଞ୍ଚିବାକୁ ଚାହେଁ” କାର୍ଯ୍ୟକ୍ରମ ବ୍ରହ୍ମପୁର ନୂଆ ବସଷ୍ଟାଣ୍ଡ ନିକଟରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡେପୁଟି କମିସିନର ଶ୍ରୀ ବିନୋଦ କୁମାର ବେହେରା ଯୋଗଦେବା ସହ ବସଷ୍ଟାଣ୍ଡ ନିକଟବର୍ତ୍ତି ଗଛରେ ଲାଗିଥିବା କଣ୍ଟା, ଲୁହା ତାର, ବିଜ୍ଞାପନ ପତ୍ର ଗୁଡିକୁ ସଙ୍ଗଠନର ସଦସ୍ୟଙ୍କ ସହ ବାହାର କରିବା ସହ ଗଛରେ କଣ୍ଟା ନ ମାରିବା ପାଇଁ ସ୍ଥାନୀୟ ଜନତା ତଥା ଦୋକାନୀଙ୍କୁ ସଚେତନ କରାଇଥିଲେ। କାରଣ ଗଛରେ କଣ୍ଟା ମାରିବା ଦ୍ୱାରା ଗଛର ମଧ୍ୟଭାଗରେ ଥିବା କୋଷିକାସମୂହ ଏବଂ ତନ୍ତୁଗୁଡିକ ନଷ୍ଟ ହୋଇଥାଏ। ଯାହାଦ୍ୱାରା ଗଛ ଦୁର୍ବଳ ହେବାସହ ସାମାନ୍ୟ ବର୍ଷା ପବନରେ ଉପୁଡ଼ି ପଡିବାର ସମ୍ଭାବନା ରହୁଛି। ସହରରେ ବିକାଶ ମୂଳକ କାର୍ଯ୍ୟ ପାଇଁ ଗଛକଟା ହେଉ ଅବା ୧୯୯୯ ମହାବାତ୍ୟା,ଫାଇଲିନ ଅବା ହୁଡ଼ ହୁଡ଼ ଭଳି ବାତ୍ୟାରେ ଅନେକ ଗଛ ଉପୁଡି ପଡିଥିବା ବେଳେ ଯେଉଁ ଗଛ ଗୁଡିକ ଆମ ସହ ସମାଜରେ ମୁଣ୍ଡ ଟେକି ରହିଛନ୍ତି ସେଗୁଡିକୁ ଆମେ ବଞ୍ଚାଇ ରଖିବା ହେଉଛି ଏହି କାର୍ଯ୍ୟକ୍ରମର ମୂଳ ଉର୍ଦ୍ଧେଶ୍ୟ ଏବଂ ଅନ୍ୟପକ୍ଷରେ ଗଛକୁ ଲାଗି ଏହାର ଚାରିପଟେ କଂକ୍ରିଟ କରଣ ଦ୍ୱାରା ଚେରକୁ ପାଣି ଯିବାର ସମ୍ଭାବନା କମ ଥିବାରୁ ଗଛ ମୃତ୍ୟୁ ହେବାର ସମ୍ଭାବନା ଅଧିକ ରହିଛି ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି। ଏହି କାର୍ଯ୍ୟକ୍ରମକୁ ଉପସଭାପତି ଏମ ଦିଲ୍ଳୀପ ସଭାପତିତ୍ୱ କରିଥିବା ବେଳେ ସମ୍ପାଦକ ଏ ପ୍ରକାଶ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ସଙ୍ଗଠନର ସହ-ସମ୍ପାଦକ ପି ବିନୋଦ,କୋଷାଧ୍ୟକ୍ଷ ଗଣେଶ ପାଣିଗ୍ରାହୀ, କେ କବିତା, ଆକାଶ ରାଉତ, ପ୍ରସନ୍ନ ସ୍ୱାଇଁ, ସୁଶୀଲ କୁମାର, କେ ରବି କୁମାର,ପି କିରଣ କୁମାର,ରବି ସାହାଣୀ, ନିରଞ୍ଜନ ପଣ୍ଡା, ସନିଅ ଗୌଡ଼, ସୀମାଞ୍ଚଳ ପାଣିଗ୍ରାହୀ ପ୍ରଭୃତି ସଦସ୍ୟ ଯୋଗଦେଇଥିଲେ।

ad-week
Leave A Reply

Your email address will not be published.