ବିଦ୍ୟାଳୟରେ ବିଶ୍ୱ ପରିବେଶ ଦିବସ ପାଳିତ

add-all

ଫୁଲବାଣୀ : କନ୍ଧମାଳ ଜିଲାର ଫୁଲବାଣୀ ସମେତ ସମଗ୍ର ଜିଲାର ସରକାରୀ ଉଚ୍ଚ ବିଦ୍ୟାଳୟ ମାନଙ୍କରେ ଇକୋ କ୍ଳବ ପକ୍ଷରୁ ବିଶ୍ୱ ପରିବେଷ ଦିବସ ପାଳିତ ହୋଇଯାଇଛି । ଏଭଳି ସ୍ଥଳେ ସ୍ଥାନୀୟ ଏଜେଓ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଦିଲିପ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସଭାରେ ବିଶ୍ୱ ପରିବେଷ ଦିବସ ପାଳନ କରିବାର ଉଦ୍ଦେଶ୍ୟ ସଂପର୍କରେ ମତ ପ୍ରକାଶ କରିବା ସହିତ ଆମ ପରିବେଶ ଆମ ଜୀବନ , ଏହାର ସୁରକ୍ଷା ଏକାନ୍ତ କାମ୍ୟ ଊପରେ ଶ୍ଳୋଗାନ ଦେଇଥିଲେ । ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସମୁହ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ଇକୋ କ୍ଳବ ଦାୟିତ୍ୱରେ ଶିକ୍ଷୟତ୍ରୀ ଶ୍ରୀମତି ପଦ୍ମାଳୟା ବେହେରା ପରିଚାଳନା କରିଥିବା ବେଳେ ଶିକ୍ଷକ ରାଜେଶ ବିଷୋୟୀ ସହଯୋଗ କରିଥିଲେ ।

ad-week
Leave A Reply

Your email address will not be published.