ଅଟୋ ଓ ମୋଟର ସାଇକେଲ ମୁହାଁ ମୁହିଁଧକ୍କା, ଦୁଇ ଗୁରୁତର

add-all

ଦାରିଙ୍ଗବାଡ଼ି,୫/୬ : ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଧିନସ୍ତ ଗଦାପୁର ଗ୍ରାମ ନିକଟ ଅନାମୁଣ୍ଡା ଘାଟି ବୁଲାଣିରେ ଅଟୋ ଓ ମୋଟର ସାଇକେଲ ମୁହାଁ ମୁହିଁ ଧକା ହେବା ଫଳରେ ମୋଟର ସାଇକେଲରେ ଯାଉଥିବା ନିତି ଜଣଙ୍କ ମଧ୍ୟରୁ ଦୁଇ ଜଣ ଗୁରୁତର ହୋଇଥିବା ଖବର ହସ୍ତଗତ ହୋଇଛି। ଗୁରୁତର ଦୁଇଜଣ ଗଜପତି ଜିଲା ମୋହନା ବ୍ଲକ ଅଧିନସ୍ତ କଟାମା ଗ୍ରାମ ପଞ୍ଚାୟତ ଜାଡ଼ିଙ୍ଗି ଗ୍ରାମର ପେଟା ବଡମାଝୀ ଓ କାର୍ତ୍ତିକ ମଲିକ। ଉଭୟଙ୍କର ମୁଣ୍ଡ, ମୁହଁ ଓ ଛାତିରେ ଗଭୀର ଆଘାତ ଲାଗିଥିବାରୁ ବ୍ରାହ୍ମଣୀଗାଁ ଡାକ୍ତର ଖାନାରେ ପ୍ରାଥମିକ ଚିକିତ୍ସା କରି ଦୁହିଁଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ରେଫର କରିଥିବା ଜଣା ପଡ଼ିଛି। ଦୁର୍ଘଟଣା ଖବର ପାଇ ବ୍ରାହ୍ମଣୀଗାଁ ଥାନା ଅଧିକାରୀ ଚାପଧାରୀ ପ୍ରଧାନଙ୍କ ନିର୍ଦେଶ କ୍ରମେ ଥାନା ସବ ଇନିସପେକ୍ଟର ଅମରେନ୍ଦ୍ର ସୁବୁଦ୍ଧି ଡାକ୍ତର ଖାନାରେ ପହଞ୍ଚି ଦୁର୍ଘଟଣା ସମ୍ପର୍କରେ ବୁଝି ତଦନ୍ତ ଜାରି ରଖିଥିବା ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.