ବ୍ରାହ୍ମଣୀଗାଁ ବନାଞ୍ଚଳରେ ବିଶ୍ବ ପରିବେଶ ଦିବସ ପାଳନ…

add-all

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବକ୍ଳ ବ୍ରାହ୍ମଣୀଗାଁ ବନାଞ୍ଚଳ ପକ୍ଷରୁ ବିଶ୍ବ ପରିବେଶ ଦିବସ ପାଳନ କରାଯାଇଛି । ବନାଞ୍ଚଳ ଅଧିକାରୀ ବିରେନ୍ଦ୍ର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଶ୍ବ ପରିବେଶ ଦିବସ ପାଳନ କରାଯିବା ସହ ବୃକ୍ଷ ରୋପଣ କରାଯାଇଛି । ଆଜି ବିଶ୍ବ ପରିବେଶ ଦିବସ ଉପଲକ୍ଷେ ନର୍ସରି ଠାରୁ ଫ୍ଳାଗ କାର୍ଡ୍ ଧରି ଉଲିପଦର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଯାଇ ସେଠାରେ ବୃକ୍ଷ ରୋପଣ କରିଥିଲେ । ବିଦ୍ୟାଳୟ ଓ ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରି ବିଶ୍ବ ପରିବେଶ ଦିବସ ପାଳନ କରିଥିଲେ । ନର୍ସରି ଠାରୁ ସରକାରୀ ଉଚ୍ଚ ବିଦ୍ୟାଳୟ ଯାଏଁ ପ୍ଲାକ କାର୍ଡ ଧରି, ସଚେତନ ସ୍ଲୋଗାନ ଦେଇଥିଲେ । ବ୍ରାହ୍ମଣୀଗାଁ ବନାଞ୍ଚଳର ଫରେଷ୍ଟ ଗାର୍ଡ ଦୀପକ ରଞ୍ଜନ ପଟ୍ଟନାୟକ ଗ୍ରାମର ଭିଏସଏସ କମିଟି ସଭାପତି ଚିତ୍ରସେନ ପାତ୍ର, ଶ୍ୟାମ ମହାଙ୍କୁଡ, ବନାଞ୍ଚଳ ଅଧିନ ମହିଳା ସ୍ୱୟଂ ସହାୟକ ଦଳ, ଗଦାପୁର ଫରେଷ୍ଟର ସଞ୍ଜୀବ କୁମାର ବେହେରା, କାଟିଙ୍ଗିଆ ଫରେଷ୍ଟରଙ୍କ ସହିତ ବନାଞ୍ଚଳ ଅଧିନ ସମସ୍ତ ଫରେଷ୍ଟ ଗାର୍ଡ ଓ ଫାୟାର ଗାର୍ଡ ସମୂହଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିବା ଜଣାପଡିଛି।

ad-week
Leave A Reply

Your email address will not be published.