ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦିନିକିଆ କନ୍ଧମାଳ ଗସ୍ତ…

add-all

ଫୁଲବାଣୀ : ବିଜେଡିର ବରିଷ୍ଠ ନେତା ତଥା ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଦିନିକିଆ କନ୍ଧମାଳ ଗସ୍ତ ରେ ଆସି ଫୁଲବାଣୀରେ ପହଂଚି ଥିଲେ l ଦାସଙ୍କୁ କନ୍ଧମାଳ ଦାୟୀତ୍ୱରେ ଥିବା ପର୍ଯ୍ୟବେକ୍ଷକ ତଥା ବରିଷ୍ଠ ବିଜେଡି ନେତା ବିଜୟ ନାୟକ, କନ୍ଧମାଳ ସାଂସଦ ଡ଼ଃ ଅଚ୍ୟୁତ ସାମନ୍ତ, ଜିଲ୍ଲା ସଭାପତି ସରୋଜ କର୍ଣ୍ଣ , ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ବାଲିଗୁଡା ବିଧାୟକ ଚକ୍ରମଣି କହଁର, ଜି ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, କ ନୂଆଗାର ବରିଷ୍ଠ ବିଜେଡି ନେତା, ସମାଜସେବୀ, ସଂଗଠକ କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀ,ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର, ଛାତ୍ର ବିଜେଡି ସଭାପତି ସୁନୀଲ ସେଠି, ଯୁବ ବିଜେଡି ସଭାପତି ବିଷ୍ଣୁ ଚରଣ ମଲ୍ଲିକ , ମହିଳା ବିଜେଡି ସଭାନେତ୍ରୀ ପୁନମ କହଁର, ରାଜ୍ୟ ମହିଳା ଉପସଭାପତି ସୁଶ୍ରୀ ଅନିମା କହଁର, ଶିବ ପ୍ରସାଦ ତ୍ରିପାଠୀ,ମହମଦ
ୟାସୀନ ବେଗ, ସୁଧୀର କହଁର,ରାଜେନ୍ଦ୍ର କହଁର, ରବିନ୍ଦ୍ର ଷଡଙ୍ଗୀ ପାର୍ଥ ସାରଥି ବିଶ୍ଵାଳଙ୍କ ସମେତ ବହୁ ବିଜେଡି ନେତା କର୍ମୀ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ l ଏହି ଅବସରରେ ତୃଣ ମୁଳ ସ୍ତରରେ ବିଜେଡିର ସଂଗଠନ ଯେପରି ମଜଭୁତ ହୋଇପାରିବ ଆଉ ଅଧିକରୁ ଅଧିକ ନୂତନ କର୍ମୀଙ୍କୁ ଦଳରେ ସାମିଲ କରିବା ପାଇଁ ସାଙ୍ଗଠନିକ ସମ୍ପାଦକ ଦାଶ ପରାମର୍ଶ ଦେଇଥିଲେ l ଆଗାମୀ ସାଧାରଣ ନିର୍ବାଚନରେ ଦଳ ଯେପରି ପୂର୍ବାପେକ୍ଷା ଅଧିକ ବ୍ୟବଧାନରେ ବିଜୟ ଲାଭ କରିବ ସେଥିପ୍ରତି ସମସ୍ତ ନିର୍ବାଚନ ମଣ୍ଡଳୀର ନେତା ଓ କର୍ମୀ ମାନେ ଏକଜୁଟ ହୋଇ ନିଷ୍ଠା ଓ ଆନ୍ତରିକତା ର ସହ ଉତ୍ସର୍ଗୀକୃତ ମନୋଭାବ ନେଇ କାର୍ଯ୍ୟ କରିବା ଲାଗି ପରାମର୍ଶ ଦେଇଥିଲେ l

ad-week
Leave A Reply

Your email address will not be published.