
ଫୁଲବାଣୀ :କନ୍ଧମାଳ ଜିଲ୍ଲାର ଫୁଲବାଣୀ ସ୍ଥିତ ଗାନ୍ଧୀ ସ୍ମୃତି ଭବନ ଠାରେ କେନ୍ଦ୍ର ଆଦିବାସୀ କଲ୍ୟାଣ ଓ ଜଳ ସମ୍ପଦ ବିକାଶ ରାଷ୍ଟ୍ରମନ୍ତ୍ରୀ ଇଂ ବିଶେଶ୍ୱର ଟୁଡୁ ଓ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅନୁସୂଚିତ ଜନ ମୋର୍ଚ୍ଚା ସଞ୍ଜୟ ନିର୍ମଲ ଉପସ୍ଥିତ ରହି lବିଜେପି ଶାସନର ନଅ ବର୍ଷ ପୂର୍ତ୍ତି ଅବସରରେ ନରେନ୍ଦ୍ର ମୋଦୀଙ୍କ ବିକାଶ ମୂଳକ କାର୍ଯ୍ୟକ୍ରମ ଓ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଓଡିଶା ରାଜ୍ୟରେ କାହିଁକି ରାଜ୍ୟ ସରକାର ପ୍ରଶୟ ଦେଉ ନାହାନ୍ତି l ଏଥିରେ ଓଡ଼ିଶାର ବିଜେଡି ସରକାରଙ୍କ କଣ ଅସୁବିଧା ରହିଛି ଏହା ସମସ୍ତ ଗ୍ରାମାଞ୍ଚଳରେ କିପରି ଗ୍ରାମଠୁ ସହର ପର୍ଯ୍ୟନ୍ତ ଲୋକଙ୍କ ପାଖରେ ତୃଣମୂଳ ସ୍ତରରେ ପହଞ୍ଚାଇବାକୁ ଗଣମାଧ୍ୟମ ଙ୍କୁ ନିବେଦନ କରିଥିଲେ l ଏଥି ସହିତ ମେଡିକାଲ କଲେଜ ପ୍ରତିଷ୍ଠା ନିମନ୍ତେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପଠା ଯାଉଥିବା ଅର୍ଥ ଉଚିତ ମାର୍ଗରେ ଖର୍ଚ୍ଚ ହେଉଛି କି ନାହିଁ ତାହା ମଧ୍ଯ ସମୀକ୍ଷା କରିଥିଲେ lଏହି ଅବସରରେ ଆଜିର ମିଶ୍ରଣ ପର୍ଵ ବିଜେଡିର ସଂସାଦ ପ୍ରତିନିଧି ଓ ସରପଞ୍ଚ ଉମା ଚରଣ ମଲ୍ଲିକ ଶଙ୍ଖ ଛାଡି ଫୁଲ ଧରିଥିଲେ lଅନ୍ୟ ମାନଙ୍କ ମଧ୍ୟରେ ବିଜେପି ଜିଲ୍ଳା ସଭାପତି ଜଗନ୍ନାଥ ସାହୁ, ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ,ବୌଦ୍ଧ ଜିଲ୍ଲା ସଭାପତି ବିପ୍ର ଚରଣ ମହାନ୍ତି,ପୋୖରାଧ୍ୟକ୍ଷା ସ୍ମିତା ରାଣୀ ମହାନ୍ତି, ଉପ ସଭାପତି ରମେଶ ଚନ୍ଦ୍ର ମହାନ୍ତିଙ୍କ ସମେତ ବହୁ ବିଜେପି କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ l