ଯୌତୁକ ଦାବିରେ ନିର୍ଯ୍ୟାତନା, ଥାନାରେ ଅଭିଯୋଗ…

add-all

ହିଞ୍ଜିଳିକାଟୁ, (୬/୬): ଅଧିକ ଯୌତୁକ ଦାବି କରି ଶଶୁର ଘର ପକ୍ଷରୁ ବୋହୁଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିବା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନା କେସ ନଂ – ୩୯୫/୨୩ ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି।
ଥାନା ସୂତ୍ରରୁ ପ୍ରକାଶ ଯେ, ହିଞ୍ଜିଳି ଥାନା ଦୟାପଲ୍ଲୀ ଗ୍ରାମର ବାୟା ବେହେରାଙ୍କ ପୁଅ ଚିତ୍ରସେନଙ୍କ ସହ ଶେରଗଡ଼ ଥାନା ଗୋବିନ୍ଦପୁର ଗ୍ରାମର ମଧୁମିତାଙ୍କ ଗତ ୨୦୧୬ ମସିହା ଏପ୍ରିଲ ୨୪ ତାରିଖରେ ବିବାହ ହୋଇଥିଲା । ବାହାଘର ସମୟରେ ବରଘର ଦାବି ମୁତାବକ ଯୌତୁକ ଦିଆଯାଇଥିଲା। ବାହାଘର ପରେ ମଧୁମିତା ପରିବାର ସହ ମୁମ୍ବାଇରେ ରହି ଆସୁଥିଲେ। କିଛି ବର୍ଷ ପରେ ଶଶୁର ଘର ଲୋକେ ଅଧିକ ଯୌତୁକ ଦାବି କରି ମଧୁମିତାଙ୍କୁ ଉଭୟ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ନେଇ ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି। କିଛି ମାସ ପୂର୍ବେ ଶଶୁର ଘର ଲୋକେ ବୋହୁଙ୍କୁ ଜୋରଜବରଦସ୍ତ କରି ବାପାଘରେ ଆଣି ଛାଡି ଚାଲି ଯାଇଥିଲେ। ଗତ ୪ ମାସ ଧରି ଶଶୁର ଘର ପକ୍ଷରୁ ଯୋଗାଯୋଗ କରାଯାଉନଥିବା ନେଇ ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଶଶୁର ଘର ଲୋକେ ଚିତ୍ରସେନଙ୍କ ସହିତ ଅନ୍ୟ ଜଣେ ଯୁବତୀଙ୍କ ସହିତ ଦ୍ବିତୀୟ ବିବାହ କରାଯାଉଥିବା ନେଇ କୌଣସି ସୂତ୍ରରୁ ଖବର ପାଇବା ପରେ ଘଟଣା ନେଇ ମହିଳା ଜଣଙ୍କ ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି।

ad-week
Leave A Reply

Your email address will not be published.