ଓଡ଼ିଶା ରାଜ୍ୟ ଆଶାକର୍ମୀ ସଂଘ ଗଞ୍ଜାମ ଜିଲ୍ଲା ସମ୍ମିଳନୀ ଏବଂ ନୂତନ କର୍ମକର୍ତ୍ତା ଚୟନ

add-all

ବ୍ରହ୍ମପୁର : ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘ ର ରାଜ୍ୟ ନିଷ୍ପତ୍ତି କ୍ରମେ ଆଜି ବ୍ରହ୍ମପୁର ଗୋସାଇଁ ନୂଆଗାଁ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପ୍ରାଙ୍ଗଣରେ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ରାଜ୍ୟ ଆଶାକର୍ମୀ ସଂଘର ରେଣୁବାଳା ସାହୁ ଏବଂ ଲଳିତା ଦୋରାଙ୍କ ଆବାହାକତ୍ବରେ ଆୟୋଜିତ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଭାରତୀୟ ମଜଦୁର ସଂଘ ର ରାଜ୍ୟ ସାଧାରଣ ସମ୍ପାଦକ ବିନୟ କୁମାର ତ୍ରିପାଠୀ , ସମ୍ମାନିୟ ଅତିଥି ଭାବେ ଶ୍ରମିକ ନେତା ଏବଂ ଭାରତୀୟ ମଜଦୁର ସଂଘ ର ଗଞ୍ଜାମ ଗଜପତି ରାୟଗଡା ଜିଲ୍ଲା ପ୍ରଭାରୀ ତଥା ସଂଘ ରାଜ୍ୟ ସମ୍ପାଦକ ଯୋଗେଶ୍ଵର ଦାସ , ଗଞ୍ଜାମ ଜିଲ୍ଲା ସହ ପ୍ରଭାରୀ ଲିଙ୍ଗରାଜ ସାହୁ ଯୋଗ ଦେଇ ସମ୍ମିଳନୀର ପ୍ରାରମ୍ଭରେ ଭଗବାନ ବିଶ୍ଵକର୍ମା, ଭାରତ ମାତା ଏବଂ ଭାରତୀୟ ମଜଦୁର ସଂଘ ର ପ୍ରତିଷ୍ଠାତା ଦତ୍ତୋ ପନ୍ତ ଠେଙ୍ଗଡୀ ଜିଙ୍କ ଫଟୋ ଚିତ୍ର ରେ ଦ୍ଵିପ ପ୍ରଜ୍ବଳିତ କରି ଉପସ୍ଥିତ କାର୍ଯ୍ୟକର୍ତ୍ତା ମାନଙ୍କ ଦ୍ଵାରା ଶ୍ରମିକ ଗିତ ଗାନ କରାଯିବା ସହ ବାଲେଶ୍ଵର ଠାରେ ଟ୍ରେନ ଦୁର୍ଘଟଣା ରେ ମୃତ୍ୟୁ ବରଣ କରିଥିବା ସମସ୍ତ ଭାଇ ଭଉଣୀମାନଙ୍କ ପାଇଁ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ।
ମଞ୍ଚ ରେ ମଞ୍ଚାସିନ ଅତିଥି ମାନେ ନିଜ ନିଜ ବକ୍ତବ୍ୟରେ ପ୍ରକାଶ କରିଛନ୍ତି ଯେ ଭାରତୀୟ ମଜଦୂର ସଙ୍ଘ ଏକ ଭାରତୀୟ ବିଚାରଧାରା ଏବଂ ଏକ ଅଣ ରାଜନୈତିକ କେନ୍ଦ୍ରୀୟ ଶ୍ରମିକ ସଂଘଠନ ଏବଂ ଶ୍ରମିକ ମାନଙ୍କର ସ୍ୱାର୍ଥ ଏବଂ ସନ୍ନମାନ ରକ୍ଷା ପାଇଁ ଲଢେ଼ଇ କରି ଆଜି ଦେଶରେ ପ୍ରଥମ ସ୍ଥାନ ଅଧିକାର କରି ଆସୁଅଛି । ଆଜି ଦେଶର ପୋଲି ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ସମସ୍ତ ସରକାରୀ , ବେସରକାରୀ ଓ କଳକାରଖାନା କ୍ଷେତ୍ରରେ ଶ୍ରମିକ ମାନଙ୍କର ସମସ୍ତ ସୁବିଧା କୁ ସମାଧାନ କରି ଭାରତରେ ପ୍ରଥମ ସ୍ଥାନ ବଜାୟ ରଖି ଆସୁଛି । ସରକାରଙ୍କ ସ୍ଵାସ୍ଥ୍ୟ ବିଭାଗ ର ସମସ୍ତ ଯୋଜନାକୁ ସଫଳ କରିବା ରେ ମୂଖ୍ୟ ଭୂମିକା ନେଉଥିବା ଆଶା କର୍ମୀମାନଙ୍କୁ ସରକାର ଅଣଦେଖା କରିବା ସହ ବୈମାତୃକ ମନୋଭାବ ପୋଷଣ କରୁଥିବା କୁ ଦୃଢ ନିନ୍ଦା କରିବା ସହ ତୁରନ୍ତ ସେମାନଙ୍କୁ ସ୍ଥାୟୀ କର୍ମଚାରୀ ଭାବେ ଘୋଷଣା କରିବା , ସର୍ବ ନିମ୍ନ ୧୮ ହଜାର ଟଙ୍କା ଦରମା ଦିଆଯିବା , ସାମାଜିକ ସୁରକ୍ଷା ଅନ୍ତର୍ଗତ ଗ୍ରାଚ୍ୟୁଟି ,ଇପିଏଫ୍ ଓ ଇସ୍ଆସି ଲାଗୁକରିବା , ଅବସର ପରେ ୫ ଲକ୍ଷ୍ୟ ଟଙ୍କା ପ୍ରଦାନ କରିବା , ମାସକୁ ୫ ହଜାର ଟଙ୍କା ପେନସନ ପ୍ରଦାନ କରିବା , ଯୋଗ୍ୟତା ଅନୁଯାୟୀ ଆଶା ମାନଙ୍କୁ ଏ ଏନ୍ ଏମ ପଦବୀ ରେ ପଦୋନ୍ନତି ଦିଆଯାଉ , ଆକସ୍ମିକ ମୃତ୍ୟୁ ରେ ୧୯ ଲକ୍ଷ୍ୟ ଟଙ୍କା ପ୍ରଦାନ କରିବା ସହ ପରିବାର ର ଜଣକୁ ନିଯୁକ୍ତି ଦିଆଯାଉ , କୋବିଡ୍ ୧୯ ରେ ମୃତ୍ୟୁ ବରଣ କରିଥିବା ଆଶାକର୍ମୀ ମାନଙ୍କୁ ସରକାର ଘୋଷଣା କରିଥିବା ୫୦ ଲକ୍ଷ୍ୟ ଟଙ୍କା ପ୍ରଦାନ କରାଯାଉ , ସରକାରୀ କର୍ମଚାରୀ ଘୋଷଣା କରିବା ପାଇଁ ଦାବି କରିଥିଲେ।
ସମ୍ମିଳନୀର ପରିସେଷରେ ଜିଲ୍ଲାର ନୂତନ କର୍ମ କର୍ତ୍ତା ଚୟନ କରାଯାଇଥିଲା ।
ରାଜ୍ୟ ସାଧାରଣ ସମ୍ପାଦକ ବିନୟ କୁମାର ତ୍ରିପାଠୀ , ରାଜ୍ୟ ସମ୍ପାଦକ ତଥା ଗଜପତି, ଗଞ୍ଜାମ ରାୟଗଡ଼ା ଜିଲ୍ଲା ପ୍ରଭାରୀ ଯୋଗେଶ୍ଵର ଦାସ ଏବଂ ଗଞ୍ଜାମ ଜିଲ୍ଲା ସହ ପ୍ରଭାରୀ ଲିଙ୍ଗରାଜ ସାହୁଙ୍କ ଉପସ୍ଥିତିରେ ଚୟନ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମକୁ ଗଞ୍ଜାମ ଜିଲ୍ଲା ସଭାପତି ନାରାୟଣ ସାବତ , ଜିଲ୍ଲା ସମ୍ପାଦକ ସରୋଜ କୁମାର ସାହୁ , ଅମିତା ସାହୁଙ୍କ ଦ୍ଵାରା ପରିଚାଳିତ କାର୍ଯ୍ୟକ୍ରମକୁ ମଧୁସୂଦନ ସାହୁଙ୍କ ସହ ଓଡ଼ିଶା ରାଜ୍ୟ ଆଶା କର୍ମୀ ସଙ୍ଘ ର ୨୨ ଟି ବ୍ଳକ ର କାର୍ଯ୍ୟ କର୍ତ୍ତା ଯୋଗଦେଇ ସହଯୋଗ କରିଥିଲେ ।

ad-week
Leave A Reply

Your email address will not be published.