ବ୍ରହ୍ମପୁର ସରକାରୀ ଆଇଟିଆଇ ପକ୍ଷରୁ ଆଜି ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ

add-all

ବ୍ରହ୍ମପୁର : ଗତ ଶୁକ୍ରବାର ବାଲେଶ୍ୱର ବାହାନଗା ଠାରେ ଘଟିଥିବା ରେଳ ଦୁର୍ଘଟଣା ର ଆହତଙ୍କ ଆବଶ୍ୟକ ପଡୁଥିବା ରକ୍ତର ଅଭାବ କୁ କିଛି ମାତ୍ରାରେ ଦୂର କରିବା ପାଇଁ ବ୍ରହ୍ମପୁର ସରକାରୀ ଶିଳ୍ପ ତାଲିମ ଶିକ୍ଷା ଅନୁଷ୍ଠାନ ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଆଇଟିଆଇ ର ସମସ୍ତ ବିଭାଗର ଛାତ୍ରଛାତ୍ରୀ ମାନେ ବେଶ ଉତ୍ସହିତ ଭାବେ ରକ୍ତଦାନ କରିଥିଲେ। ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଯୋଗଦେଇ ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ।ସଂମ୍ମାନୀତ ଅତିଥି ଭାବେ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଡା. ରମେଶ ଚନ୍ଦ୍ର ଚୌପଟ୍ଟନାୟକ, କାଜୁ ନିଗମ ଅଧକ୍ଷ ସୁବାଷ ମହାରଣା, ସ୍ଥାନୀୟ କର୍ପୋରେଟର ମଳୟ ବିଶୋଇ, ସୋନାଲି ଗନ୍ତାଘର, ଶୂନ୍ୟ ଦାସ ପ୍ରମୂଖ ଯୋଗଦେଇଥିଲେ।ଏହି ଅବସରରେ ରକ୍ତଦାତାଙ୍କୁ ଅତିଥିମାନେ ଉତ୍ସାହିତ କରିଥିଲେ। ୧୦୨ଜଣ ଛାତ୍ରଛାତ୍ରୀ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ।ଆଇଟିଆଇ ଅଧକ୍ଷ ରଜତ ପାଣିଗ୍ରାହୀଙ୍କ ପ୍ରତ୍ୟେକ ତତ୍ତ୍ୱବଧାନରେ ଆୟୋଜିତ ସିବିରକୁ ବହୁ ଅଧ୍ୟାପିକା ଅଧ୍ୟାପକ ପରିଚାଳନା କରିଥିଲେ।

ad-week
Leave A Reply

Your email address will not be published.