ସହରରେ ବୁଲିଲା ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ

add-all

ସୁନ୍ଦରଗଡ /ରାଉରକେଲା: ଜିଲ୍ଲା ପ୍ରଶାସନ ଓ ରାଉରକେଲା ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ର ମିଳିତ ଆନୁକୂଲ୍ୟରେ ରେ ଶିଶୁ ଶ୍ରମିକ ନିରାକରଣ ରଥର ଶୁଭାରମ୍ଭ ହୋଇଛି। ଏହି ରଥକୁ ମାନ୍ୟବର ଶ୍ରମ ମନ୍ତ୍ରୀ ସାରଦା ପ୍ରସାଦ ନାୟକ ପତକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ର, ଯୁଗ୍ମ ଶ୍ରମ ଆୟୁକ୍ତ ପ୍ରଣବ ରଂଜନ ଜେନା ଉପସ୍ଥିତ ଥିଲେ। ଆଜି ଏହି ରଥ ରାଉରକେଲା ମହାନଗର ନିଗମ ଅଂଚଳ ରେ ବୁଲି ଶିଶୁ ଶ୍ରମିକ ନିରାକରଣ ଉପରେ ସଚେତନ କରାଉଛି। ଆସନ୍ତା କାଲି ମଧ୍ଯ ଏହା ବିଶ୍ରା ଓ ନୂଆ ଗାଆଁ ବ୍ଲକ ରେ ସଚେତନତା ବାର୍ତ୍ତା ପହଂଚାଇବ। ୧୪ ବର୍ଷରୁ କମ୍ ଶିଶୁ ମାନଙ୍କୁ କୌଣସି କାମରେ ନିଯୁକ୍ତ ନ କରିବା ସହ ଯଦି ବିପଦ ସଂକୁଳ ଅବସ୍ଥା ରେ ଦେଖିଲେ ତେବେ ଉକ୍ତ ରଥରେ ଥିବା ଶିଶୁ ଶ୍ରମିକ ସହାୟତା ହେଲ୍ପ ଲାଇନ ୧୫୫୩୬୮ ଓ ଚାଇଲ୍ଡ ଲାଇନ ନମ୍ବର ୧୦୯୮କୁ ସୂଚିତ କରିବା ପାଇଁ ସଚେତନ କରାଯାଉଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶ୍ରମ ଅଧିକାରୀ ଦିବ୍ୟ ଜ୍ୟୋତି ନାୟକ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସୀମା ଫାତିମା ଏକ୍କା, ଜିଲ୍ଲା ଶ୍ରମ କାର୍ଯ୍ୟାଳୟର କର୍ମଚାରୀ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.