ନୂତନ ରେଜିଷ୍ଟ୍ରି କାର୍ଯ୍ୟାଳୟ ଖୋଲିବା ନିମନ୍ତ୍ରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର…

add-all

ବିଶ୍ରା-(ରାଉରକେଲା) ଆଜି ବିଶ୍ରା ବ୍ଳକ ଠାରେ ଯୁବ ବିଜେଡ଼ି ନେତା ଶ୍ରୀ ରାଜେଶ କେର୍କେଟା ଙ୍କ ନେତୄତ ରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ସର୍ବସମ୍ମତି କ୍ରମେ ନୂତନ ରେଜିଷ୍ଟ୍ରି କାର୍ଯ୍ୟାଳୟ ବିଶ୍ରା ବ୍ଳକ ଠାରେ ଖୋଲାଯିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ବିଶ୍ରା ଗୋଷ୍ଠୀଉନୟନ ଅଧିକାରୀ ଶ୍ରୀ ଅଂଶୁମାନ ଦାଶଙ୍କୁ ପ୍ରଦାନ କରିଥିଲେ । ବିଶ୍ରା ବ୍ଳକ ଠାରୁ ବିରମିତ୍ରପୁର ରେଜିଷ୍ଟ୍ରି କାର୍ଯ୍ୟାଳୟ ୭୦କି.ମି ଯାହା କି ଜମି କିଣା ବିକା ହେଲେ ସେଠାକୁ ଯିବା ଅସମ୍ଭବ ହୋଇ ପଡେ । ସେଥି ନିମନ୍ତେ ବ୍ଳକ ଅଧିନସ୍ଥ ଗ୍ରାମବାସୀ ଆଜି ଏକତ୍ରିତ ହୋଇ ନୁତନ ରେଜିଷ୍ଟ୍ରି କାର୍ଯ୍ୟାଳୟ ଖୋଲିବା ପାଇଁ ମୁଖ୍ଯମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ବିଡିଓ ଙ୍କ ଜରିଆରେ ପ୍ରଦାନ କରିଥିଲେ ।ଶ୍ରୀ କେର୍କେଟା ଙ୍କ ସହ ସ୍ଥାନିୟ ସରପଞ୍ଚ ମୋତିଲାଲ ଲାକ୍ରା,ଏମ.ଡି ନଦିମ,ଅନୁଜ ଦାସ,ସୁବାସ ପ୍ରସାଦ, ପର୍ଶୁରାମ ମହାପାତ୍ର ଚାର ଓରାମ ,ନାଉରୀ ଓରାମ ନିର୍ମଲ ମୁଣ୍ଡା,ଉଶା ଓରାମ, ଲଲିତା ଓରାମ, ମନୋଜ ଓରାମ, ରାଜେଶ ଓରାମ, ଶର୍ମିଲା ସିଂ ,ପାର୍ବତୀ ଓରାମ ପ୍ରମୁଖ ସହଯୋଗ କରିଥିଲେ ।

ad-week
Leave A Reply

Your email address will not be published.