ଘରେ କେହି ନଥ‌ିବା ବେଳେ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ଥାନାରେ ଅଭିଯୋଗ ପରେ ଅଭିଯୁକ୍ତ ଗିରଫ…

add-all


ବାଲିଗୁଡା:: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡର କୋଟଗଡ଼ ଥାନା ଅନ୍ତର୍ଗତ ପକାରୀ ଗ୍ରାମରେ ନାବାଳିକାର ବାପା ମେଡ଼ିକାଲରେ ଚିକିତ୍ସା ହେଉଥ‌ିବାର ସୁଯୋଗ ଦେଖି ସେହି ଗ୍ରାମର ଜୈନକ ଯୁବକ ମଙ୍ଗଳବାର ମଧ୍ୟାହ୍ନରେ ଘରେ ପଶି ଜୋର ଜବରଦସ୍ତ ନାବାଳିକାକୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରୁଥିଲା |ନାବାଳିକାର ଚିତ୍କାର ସାହି ବାସି ଶୁଣିବା ପରେ ସଙ୍ଗେ ସଙ୍ଗେ ଆସି ନାବାଳିକାକୁ ଉଦ୍ଧାର କରିଥିଲେ । ପରିବାର ଲୋକଙ୍କୁ ଜଣାଇବା ପରେ କୋଟଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏତଲା କୁ ଭିର୍ତ୍ତି କରି କୋଟଗଡ ପୋଲିସ ଏକ ମାମଲା ନଂ.୬୨/୨୩ ରେ ଏକ ମକଦ୍ଦମା ରୁଜୁ କରି ତଦନ୍ତ କରିବା ପରେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବିଷୟ କୋଟଗଡ ଥାନା ଭାରପ୍ରାପ୍ତ ଅଧିକାରୀ ଲଳିତ ମୋହନ ସାଗର ପ୍ରକାଶ କରିଛନ୍ତି |

ad-week
Leave A Reply

Your email address will not be published.