କରେଣ୍ଟ ଲାଗି ପ୍ଳାମ୍ଵର ମିସ୍ତ୍ରୀ ମୃତ…

add-all


ହିଞ୍ଜିଳିକାଟୁ ୭।୬ ହିଞ୍ଜିଳି ଥାନା ଅନ୍ତର୍ଗତ ପିତଳ ଗ୍ରାମରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ପ୍ଳାମ୍ଵର ମିସ୍ତ୍ରୀ ଙ୍କ ଶୋଚନୀୟ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ବ୍ରାହ୍ମଣଛାଇ ଗ୍ରାମର ଗୋଲା ରାଉତ ଙ୍କ ପୁଅ ସୁର୍ଯ୍ୟ ରାଉତ। ଘଟଣାରୁ ପ୍ରକାଶ ଯେ,ହିଞ୍ଜିଳି ଥାନା ଅନ୍ତର୍ଗତ ଵ୍ରାହ୍ମଣଛାଇ ଗ୍ରାମର ସୁର୍ଯ୍ୟ ପ୍ଳାମ୍ଵର ମିସ୍ତ୍ରୀ ହୋଇଥିବାରୁ ପିତଳଗ୍ରାମ କୁ କାମ କରିବାକୁ ଯାଇଥିଲେ। ଵୁଧବାର ସଂନ୍ଧ୍ୟାରେ ଗାଁକୁ ଆସିବା ନିମନ୍ତେ ଜୈନିକ ବ୍ୟକ୍ତିଙ୍କ ଵୋରୱାଲ କାମ ସାରି କରେଣ୍ଟ ଦେବା ବେଳେ ସେଠାରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ। ଘଟଣା ସ୍ଥଳରେ ଗୁରୁତର ହୋଇ ପଡିଥିବା ବେଳେ ଉପସ୍ଥିତ ଥିବା ଲୋକେ ତାଙ୍କୁ ଉଦ୍ଧାର କରିହିଞ୍ଜିଳିକାଟୁ ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ହିଞ୍ଜିଳି ପୋଲିସ ହିଞ୍ଜିଳିକାଟୁ ମେଡିକାଲ ରେ ପହଞ୍ଚି ଶବକୁ ଜବତ କରିବା ସହ ୯।୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଵ୍ରହ୍ମପୁର ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ପରେ ମୃତ ପରିବାର ବର୍ଗଙ୍କୁ ଶବ ହସ୍ତାନ୍ତର କରିଥିବା ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.