ମାଲକାନଗିରି: ୮/୬/୨୩ : ଜିଲ୍ଲା ପ୍ରଶାସନ ଓ ମାଲକାନଗିରି ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ର ମିଳିତ ଆନୁକୂଲ୍ୟରେ ଶିଶୁ ଶ୍ରମିକ ନିରାକରଣ ରଥ ର ଶୁଭାରମ୍ଭ ହୋଇଛି। ଏହି ରଥକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହେଶ୍ୱର ଚନ୍ଦ୍ର ନାଏକ ପତକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଜିଲ୍ଲା ମଙ୍ଗଳ ଅଧିକାରୀ, ଶ୍ରୀ ପ୍ରଫୁଲ୍ଲ ଭୁଜବଳ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଶ୍ରୀ ନାରାୟଣ ଦାସ, ସହାୟକ ଜିଲ୍ଲପାଳ, ଶ୍ରୀ ପ୍ରାଣକୃଷ୍ଣ ନାୟକ, ସହକାରୀ ଶ୍ରମ ଅଧିକାରୀ, ଶ୍ରୀ ବିଶ୍ବରଂଜନ କହଁର, ଡେପୁଟି ଜିଲ୍ଲାପାଳ, ଶ୍ରୀ ଉମାପ୍ରସାଦ ଦାସ, ଶିଶୁ ମଙ୍ଗଳ କମିଟି, ଅଧ୍ୟକ୍ଷା, ଶ୍ରୀମତୀ ସଂଯୁକ୍ତା ପ୍ରଧାନ ଉପସ୍ଥିତ ଥିଲେ। ଆଜି ଏହି ରଥ ମାଲକାନଗିରି ପୌର ପରିଷଦ, ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦ ସହ ପ୍ରତ୍ୟେକ ବ୍ଲକ୍ ଏବଂ ଗ୍ରାମ ପଞ୍ଚାୟତ ଅଂଚଳ ରେ ବୁଲି ଶିଶୁ ଶ୍ରମିକ ନିରାକରଣ ଉପରେ ସଚେତନ କରିବ। ୧୪ ବର୍ଷ ରୁ କମ୍ ଶିଶୁ ମାନଙ୍କୁ କୌଣସି କାମରେ ନିଯୁକ୍ତ ନ କରିବା ସହ ଯଦି ବିପଦ ସଂକୁଳ ଅବସ୍ଥା ରେ ଦେଖିଲେ ତେବେ ଉକ୍ତ ରଥରେ ଥିବା ଶିଶୁ ଶ୍ରମିକ ସହାୟତା ହେଲ୍ପ ଲାଇନ ୧୫୫୩୬୮ ଓ ଚାଇଲ୍ଡ ଲାଇନ ନମ୍ବର ୧୦୯୮କୁ ସୂଚିତ କରିବା ପାଇଁ ସଚେତନ କରାଇବ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟର କର୍ମଚାରୀ ଏବଂ ଚାଇଲ୍ଡ ଲାଇନର ସଦସ୍ୟ ମାନେ ଉପସ୍ଥିତ ଥିଲେ।
