ମାଲକାନଗିରିରେ ଜିଲ୍ଲାସ୍ତରୀୟ ପ୍ରାଣୀଧନ ମେଳା ଅନୁଷ୍ଠିତ

add-all

ମାଲକାନଗିରି (୦୮/୦୬) : ମାଲକାନଗିରି ଜିଲ୍ଲାସ୍ତରୀୟ ପ୍ରାଣୀଧନ ମେଳା ମାଲକାନଗିରି ବ୍ଲକ ଅନ୍ତର୍ଗତ ଏମଭି 7 ଗ୍ରାମର ଉଚ୍ଚ ବିଦ୍ୟାଳୟ ଖେଳପଡିଆରେ ଗତ ଦୁଇଦିନଧରି ଅନୁଷ୍ଠିତ ହୋଇ ଯାଇଛି । ୦୭ ତାରିଖରେ ୧୦୦ ଗୋ ଛେଳି କୁକୁଡ଼ା ଚାଷୀ ଏବଂ ବୈଜ୍ଞାନିକ ସହ ଆଲୋଚନା ଚକ୍ରରେ ଅନେକ ସମସ୍ୟା ଆଲୋଚନା କରିଥିଲେ । ୦୮ ତାରିଖରେ ମୁଖ୍ୟ ଅତିଥି ଏଡ଼ିଏମ ମହେଶ୍ୱର ନାୟକ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜଳନ କରି କାର୍ୟ୍ୟକ୍ରମ ଶୁଭାରମ୍ଭ କରିଥିଲେ । ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ଅଶୋକ କୁମାର ତ୍ରିପାଠୀ ଏହି କାର୍ୟ୍ୟକ୍ରମ ପରିଚାଳାନା କରିଥିବା ବେଳେ 250 ଚାଷୀ ଯୋଗ ଦେଇ ଥିଲେ। ଏହିଦିନ ଗୋ ପ୍ରଦର୍ଶନୀ ରେ ଆଣିଥିବା ଗାଈ ବାଛୁରୀ ଛେଳି ଆଦି ମଧ୍ୟରୁ ଚୟନିତ ଶ୍ରେଷ୍ଠତିନି ରୂପେ 9 ଜଣ ଙ୍କୁ ପୁରସ୍କୃତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ମରଣୀକା ପୁସ୍ତିକା ମାଲ୍ୟବନ୍ତ ପ୍ରାଣୀ ପ୍ରଗତି ଧାରା ଉନ୍ମୋଚନ ହୋଇଥିଲା । ସମସ୍ତ ଚାଷୀଙ୍କୁ ସ୍ମରଣୀକା ଏବଂ ମିନେରାଲ ମିକ୍ସଚର ବଣ୍ଟନ ହୋଇଥିଲା | ଏହି ଏହି କାର୍ୟକ୍ରମ ରେ ଏସଡିଭିଓ ଡା ବେହେରା , ଏଡିଭିଓ ଏଲ ପି ଡା ପଟ୍ଟନାୟକ , ଉପ ନିର୍ଦ୍ଦେଶକ ଡା ମହାନ୍ତି ଯୋଗ ଦେଇ ଗୋପାଳନ, ପ୍ରାଣୀ ପାଳନ ଅନେକ ଦିଗଦର୍ଶନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ବିଭିଓ ଏବଂ ଭି ଏସ ଉପସ୍ଥିତ ଥିଲେ ।
ସମସ୍ତ କାର୍ଯ୍ୟକ୍ରମକୁ ମାଲକାନଗିରି ଏଭିଏସ ଡା ସାହୁ ପରିଚାଳନା କରିଥିଲେ ।

ad-week
Leave A Reply

Your email address will not be published.