ରାଷ୍ଟ୍ରପତିଙ୍କୁ ଭେଟିବାକୁ ଗଲେ ବଣ୍ଡା ଜନଜାତି ଓ ଡିଡାଇ ଜନଜାତିର ୪୦ ଯୁବକ ଯୁବତୀ

add-all

ମାଲକାନଗିରି(୮।୬) : ମହାମହିମ ରାଷ୍ଟ୍ରପତିଙ୍କୁ ଭେଟିବାକୁ ଗଲେ ଆଦିମ ଜନ ଜାତି ବଣ୍ଡା ଜନଜାତି ଓ ଡିଡାଇ ଜନଜାତିର ୪୦ଜଣ ଯୁବକ ଯୁବତୀ । ସୂଚନା ଅନୁଯାୟୀ ମାଲାକନଗିରି ଜିଲାର ୨୦ ଜଣ ବଣ୍ଡା ଯୁବକ ଯୁବତୀ ଓ ଡିଡାଇ ଜନଜାତିର ୨୦ ଯୁବକ ଯୁବତୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିମନ୍ତ୍ରଣକ୍ରମେ ନୂଆଦିଲ୍ଲୀ ଯାତ୍ରା କରିଛନ୍ତି। ଏହି ଆଦିମ ଜନଜାତିଙ୍କ ସ୍ୱତନ୍ତ୍ର ଚଳଣି, ପରମ୍ପରା ସମ୍ପର୍କରେ ରାଷ୍ଟ୍ରପତି ଜାଣିବାକୁ ଇଛା ପ୍ରକାଶ କରିଥିବାରୁ ଏହି ଯୁବକ ଯୁବତୀ ଙ୍କୁ ସ୍ଵତନ୍ତ୍ର ନିମନ୍ତ୍ରଣ କରାଯାଇଥିଲା । ଏହି ନିମନ୍ତ୍ରଣ କ୍ରମେ ସେମାନେ ଏହି ଯାତ୍ରା କରିଥିବା ଜଣାପଡିଛି। ସେମାନଙ୍କ ଏହି ଯାତ୍ରା ବେଳେ ବଣ୍ଡା ଜନଜାତିର ପ୍ରକଳ୍ପ ମୁଖ୍ୟ ସଲମାନ ରାଇକା, ପ୍ରକଳ୍ପ ମ୍ୟାନେଜର ସୁଜିତ ସାହୁ, ଡିଡାଇ ଜନଜାତିର ପ୍ରକଳ୍ପ ଅଧିକାରୀ କିରାଣି ନାୟକ, ଡିଡାଇ ପ୍ରକଳ୍ପ ମ୍ୟାନେଜର ରାଜେଶ ରୋଷନ, ସୁନୀଲ କୁମାର ଦନା, ଯୁଗଳ କିଶୋର ରଣସିଙ୍ଗ ପ୍ରମୁଖ ଉପସ୍ଥିତ ରହି ପତାକା ଦେଖାଇ ଏହି ଯାତ୍ରାକୁ ଆରମ୍ଭ କରିଥିଲେ। ତେବେ ଏହି ଆଦିମ ଜନଜାତି ର ଯୁବକ ଯୁବତୀ ପ୍ରଥମ ଥର ପାଇଁ ଯାଇଥିବା ବେଳେ ଏହା ଜିଲ୍ଲା ପାଇଁ ଏକ ଗର୍ବ ର ବିଷୟ ବୋଲି ସାଧାରଣରେ ଚର୍ଚ୍ଚା ହୋଇଛି ।

ad-week
Leave A Reply

Your email address will not be published.