
ଫୁଲବାଣୀ : କନ୍ଧମାଳ ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦର ଦ୍ଵିତୀୟ ସାଧାରଣ ପରିଷଦ ବୈଠକ ଫୁଲବାଣୀ ଆଇଟିଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବ୍ୟୟ ବରାଦ କରାଯିବ ସହିତ ବିଭିନ୍ନ ଯୋଜନାକୁ ସାମିଲ କରାଯାଇଛି । ଜିଲ୍ଲା ପାଇଁ ୯ କୋଟିରୁ ଊର୍ଦ୍ଧ୍ଵ ରାଶି ପାଇଁ ବିଭିନ୍ନ ଯୋଜନାରେ ପ୍ରସ୍ତାବ ଦିଆଯାଇଛି l ପ୍ରତ୍ୟେକ ବ୍ଲକ ପାଇଁ ୭୫ଲକ୍ଷ ଟଙ୍କାର ପ୍ରକଳ୍ପ ପ୍ରସ୍ତୁତ କରାଯାଇଛି l ସେଥି ମଧ୍ୟରେ ସାପ୍ତାହିକ ହାଟ ତଥା ଜିଲ୍ଲା ସ୍ତରୀୟ ସାଂସ୍କୃତିକ ଉତ୍ସବ, ଏକ୍ସପୋଜର ଭିଜିଟି
କାରିଗରୀ କାର୍ଡ, ବାଦ୍ୟଯନ୍ତ୍ର, ଖେଳ ସାମଗ୍ରୀ ନୃତ୍ୟ ପୋଷାକ,ଦକ୍ଷତା ବିକାଶ ତାଲିମ, ଜିଲ୍ଲା ଓ ବ୍ଲକ୍ସ୍ତରୀୟ କ୍ରୀଡା, ଆଦିବାସୀ ଗ୍ରାମାଞ୍ଚଳ ବସତି ପ୍ରଭୂତି ଉପରେ ଆଲୋଚନା ହୋଇଥିଲା l
ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ତଥା ଏସ୍ଡିସିର ସିଇଓ ଆଶିଷ ଈଶ୍ଵର ପାଟିଲ, ଏସ୍ଡିସି ଅଧ୍ୟକ୍ଷ ରୋଦନ ମଲ୍ଲିକ, ଉପାଧକ୍ଷା ନଳିନୀ କହଁର, ପିଏ ଆଇଟିଡିଏ ନରେଶ ଚନ୍ଦ୍ର ଶବର, ବାଲିଗୁଡ଼ା ପିଏ ଆଇଟିଡିଏ ମଧୁସୂଦନ ବେହେରାଙ୍କ ସମେତ ସ୍ୱତନ୍ତ୍ର ଉନ୍ନୟନ ପରିଷଦର କାଉନ୍ସିଲର ସଭ୍ୟ ଯୋଗ ଦେଇଥିଲେ l