
ମାଲକାନଗିରି : ଜିଲ୍ଲା ଖଇରପୁଟ ବ୍ଲକ ମୁଦୁଲିପଡ଼ା ପଞ୍ଚାୟତରେ ଦୁଇ ହଜାର ଟଙ୍କିଆ ନୋଟ ବ୍ୟାଙ୍କରେ ଅଚଳ ନିର୍ଦ୍ଦେଶ ହୋଇଥିବା ବେଳେ ତାହା ବଣ୍ଡା ଜନଜାତି ଲୋକମାନଙ୍କ ଅସୁବିଧା ରେ ପକାଇଥିଲା । ଏହାର ସୁବିଧା ପାଇଁ S B I ବ୍ୟାଙ୍କ ମାଧ୍ୟମରେ ଏକ କ୍ୟାମ୍ପ ବଣ୍ଡା ଘାଟି ରେ ଅନୁଷ୍ଠିତ ହୋଇଥିଲା।କିଛି ବଣ୍ଡା ଜନଜାତିଙ୍କ ପାଖରେ ଦୁଇ ହଜାର ଟଙ୍କିଆ ନୋଟ ଥିବାରୁ ତାହା ଦୋକାନ ବଜାର ରେ ଖର୍ଚ୍ଚ କରିବାରେ କଷ୍ଟ ହେଉଥିଲା, ଆଦିମ ବଣ୍ଡା ଜନଜାତି ସମୁଦ୍ର ପତନ ଠାରୁ ପାଞ୍ଚ ହଜାର ପୁଟ ଉପରେ ବସବାସ କରି ଅଙ୍କା ବଙ୍କା ରାସ୍ତା ଦେଇ ୧୫କିମି ଦୂରକୁ ଆସିକି ଅସୁବିଧା ନ ହୁଅନ୍ତୁ ବୋଲି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ମୁଦୁଲି ପଡ଼ା ଠାରେ ଏକ କାମ୍ପ ବସାଯାଇଥିଲା , ଏଥିରେ ଉପସ୍ଥିତ ଥିଲେ ବଣ୍ଡା ପ୍ରକଳ୍ପ ଅଧିକାରୀ ଶ୍ରୀ ସାଇମନ ରାଇକା ,ମୁଦୁଲି ପଡ଼ା ପଞ୍ଚାୟତ ସରପଞ୍ଚ ସମ୍ବାରି ଧାଙ୍ଗଡାମାଝୀ ଓ S B Iବାଲିମେଳା, S B I ମାଲକାନଗିରି ବ୍ୟାଙ୍କ୍ ଅଫିସର ମାନେ ଆସି ଦୁଇ ହଜାର ନୋଟ ଅଦଳ ବଦଳ କରିବାର ମନ୍ତବ୍ୟ ଦେଇଥିଲେ । ଉପସ୍ଥିତ ବଣ୍ଡା ଜନଜାତି ଶୁଣି ଖୁସିରେ ନିଜ ଘରେ ରଖିଥିବା ବାଉଁଶ ନଲାରୁ ଦୁଇ ହଜାର ଟଙ୍କିଆ ନୋଟକୁ ଆଣି ସମସ୍ତଙ୍କ ସମ୍ମୁଖରେ ବ୍ୟାଙ୍କ କର୍ମଚାରୀ ଙ୍କ ପାଖରେ ଅଦଳ ବଦଳ କରିଥିଲେ,୧୫କିମି ଦୂରକୁ ନ ଯାଇ ନିଜ ଗ୍ରାମରେ ଟଙ୍କା ବଦଳାଇ ଦେଇ ଥିବା ବ୍ୟାଙ୍କ କର୍ମାରୀମାନଙ୍କୁ ଧନ୍ୟବାଦ୍ ଜଣାଇ ନିଜେ ଖୁସି ଅନୁଭବ କରିଥିଲେ ।