ରଙ୍ଗ୍‌‌ ରୁଟ୍‌‌ରେ ବଢୁଛି ଗାଡ଼ିଚାଳନା

add-all

ଭୁବନେଶ୍ୱର : ରଙ୍ଗ୍‌‌ରୁଟ୍‌‌(ବିପରୀତ ଦିଗ)ରେ ଗାଡ଼ି ଚଳାଇବା ସଂଖ୍ୟା ଦିନକୁ ଦିନ ବୃଦ୍ଧି ହେଉଛି। ଦୁର୍ଘଟଣା ବଢ଼଼ିବା ସହ ଧନଜୀବନ ଚାଲିଯାଉଛି। ବେପରୁଆ ହେଉ କିମ୍ବା ଅଧିକ ବୁଲାଣି ପଡ଼ୁଥିବାରୁ ଗାଡ଼ି ଚାଳକ ରଙ୍ଗ୍‌‌ରୁଟ୍‌‌ରେ ପଶିଯାଉଛନ୍ତି। ଏଥିସହିତ ରଙ୍ଗ୍‌‌ରୁଟ୍‌‌ ଚାଳକଙ୍କୁ ଜଗିବା ପାଇଁ କମିସନରେଟ୍‌‌ ପୁଲିସର ଅଧିକାରୀଙ୍କୁ ନାକେଦମ୍‌‌ ହେବାକୁ ପଡ଼ୁଛି। ଗତ ଦୁଇବର୍ଷ ଭିତରେ ରଙ୍ଗ୍‌‌ରୁଟ୍‌‌ରେ ଗାଡ଼ି ଚାଳନା ଯୋଗୁଁ ଦୁର୍ଘଟଣାରେ ଜୀବନ ଚାଲିଯାଇଛି, ତଥାପି ଅମାନିଆଙ୍କ ଚେତୁ ପଶୁନି। ଏହାକୁ ରୋକିବା ଲାଗି ରସୁଲଗଡ଼ରୁ ପଳାଶୁଣି, ଜାଗମରାରୁ ଗଣ୍ଡମୁଣ୍ଡା, ରାଜମହଲରୁ ବାପୁଜୀନଗର, କଳ୍ପନାରୁ କଟକରୋଡ ରାସ୍ତାକୁ ଚିହ୍ନଟ କରାଯାଇଛି। ଏହି ରାସ୍ତାରେ ସପ୍ତାହକ ମଧ୍ୟରେ ବିପରୀତ ଦିଗରୁ ଗାଡ଼ି ଚଳାଇ ୩୬୫ ଅମାନିଆ ଧରାପଡ଼ିଛନ୍ତି। ସେମାନଙ୍କ ଠାରୁ ୫୦୦ ଟଙ୍କା ଲେଖାଏଁ ଜରିମାନା ଆଦାୟ ହୋଇଛି।

ସେହିପରି ଦ୍ୱୈତନଗରୀରେ ୨୪୨ଟି ସ୍ଥାନରେ ରଙ୍ଗ୍‌‌ ଡ୍ରାଇଭ୍‌‌ ପଏଣ୍ଟ୍‌‌ ଚିହ୍ନଟ ହୋଇଥିଲା। ସେଥିରୁ ୩୨ଟି ସମ୍ବେଦନଶୀଳ ସ୍ଥାନ ମଧ୍ୟ ଚିହ୍ନଟ କରାଯାଇଥିଲା। ଉକ୍ତ ସ୍ଥାନଗୁଡ଼ିକରେ ବାରମ୍ବାର ଦୁର୍ଘଟଣା ହେବାରୁ ଏଭଳି ସ୍ୱତନ୍ତ୍ର ବ୍ୟବସ୍ଥା କରିଥିଲା କମିସନରେଟ୍‌‌ ପୁଲିସ। ରଙ୍ଗ୍‌‌ରୁଟ୍‌‌ରେ ଗଲେ ଟାୟାରରେ କଣ୍ଟା ଫୁଟିବା ବୋଲି କୁହାଯାଇଥିଲା। ରଙ୍ଗ୍‌‌ରୁଟ୍‌‌ ଚାଳନାରେ ରୋକ୍‌‌ ଲଗାଇବା ପାଇଁ ସ୍ପାଇକ୍‌‌ ବ୍ୟାରିଅର ଯୋଜନା ରହିଥିଲା। ଏହି ସ୍ପାଇକ୍‌‌ ବ୍ୟାରିଅର ବ୍ୟବସ୍ଥା ଦ୍ୱୈତନଗରୀରେ କାର୍ଯ୍ୟକାରୀ କରିବା ପାଇଁ କୁହାଯାଇଥିଲା। ରାଜଧାନୀର ରସୁଲଗଡ଼ ସ୍ଥିତ ଏକ୍ସପ୍ଲାନେଟେଡ୍‌‌ ସ୍ଥାନରେ ପରୀକ୍ଷାମୂଳକ ଭାବେ କାର୍ଯ୍ୟକ୍ଷମ ହୋଇ ବନ୍ଦ କରି ଦିଆଯାଇଥିଲା।

ad-week
Leave A Reply

Your email address will not be published.