୬ ମାସ ମଧ୍ୟରେ ଘଟଗାଁ ମା ତାରିଣୀ ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ଉନ୍ନତିକରଣ କରାଯିବ: 5T ସଚିବ

add-all

କେନ୍ଦୁଝର: ବଦଳିବ ଘଟଗାଁ ମା ତାରିଣୀ ମନ୍ଦିରର ରୂପରେଖ । ରାଜ୍ୟ ସରକାରଙ୍କ ଅନୁଦାନରେ ୬ ମାସ ମଧ୍ୟରେ ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ଉନ୍ନତିକରଣ କରାଯିବ। ଏନେଇ ୭ ଦିନ ମଧ୍ୟରେ ଅନୁଦାନ ରାଶି ଘୋଷଣା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। 5T ସଚିବ ଭି.କେ ପାଣ୍ଡିଆନ ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଯାଇ ଆଜି ଘଟଗାଁ ପରିଦର୍ଶନ କରିଥିଲେ। ମା’ ତାରିଣୀଙ୍କ ଦର୍ଶନ କରିବା ସହ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ପରେ ମିନି ଷ୍ଟାଡିୟମରେ ସାଧାରଣ ସଭାରେ ଉଦବୋଧନ ଦେବେ 5T ସଚିବ । ଭି.କେ ପାଣ୍ଡିଆନଙ୍କ କେନ୍ଦୁଝର ଗସ୍ତର ଦ୍ୱିତୀୟ ଦିନ।

ଆଜି ଦ୍ୱିତୀୟ ଦିନରେ ସକାଳୁ 5T ସଚିବ ପୁରୁଣା ସହର ସ୍ଥିତ ପ୍ରସିଦ୍ଧ ସିଦ୍ଧମଠକୁ ଯାଇ ସେଠାରେ ସିଦ୍ଧ ଜଗନ୍ନାଥ ଓ ସିଦ୍ଧ କାଳୀଙ୍କୁ ଦର୍ଶନ କରିଛନ୍ତି। ଏହି ଅବସରରେ ସହରବାସୀ ତାଙ୍କୁ ଉନ୍ନତି ମୂଳକ କାର୍ଯ୍ୟ ପାଇଁ ଦାବି ପତ୍ର ପ୍ରଦାନ କରିଛନ୍ତି । ଏହାପରେ ଶଙ୍କରପୁରରେ ଥିବା ଧରଣୀଧର ସ୍ପୋର୍ଟସ କମ୍ପ୍ଲେକ୍ସକୁ ଯାଇ ଖେଳାଳି ମାନଙ୍କୁ ଭେଟିଥିଲେ। ଖେଳାଳି ମାନଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିବା ସହ କ୍ରୀଡ଼ା ଭିତ୍ତିଭୂମିର ସମୀକ୍ଷା କରିଥିଲେ। ଖେଳାଳିଙ୍କ ପାଇଁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି କହିଛନ୍ତି 5T ସଚିବ।

ad-week
Leave A Reply

Your email address will not be published.