ନନ୍ଦିନୀ ଶତପଥୀଙ୍କ ଜୟନ୍ତୀ ସମାରୋହ

add-all

ଭ୍ରଦକ : ଓଡିଶାର ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ଏକାଧାର ରେ ଜଣେ ଅନୁବାଦିକା ସାହିତ୍ୟିକା ଭାରତ ରାଜନୀତି ରେ ଜନମାନସ ର ନାୟିକା ଥିଲେ ବୋଲି ନନ୍ଦିନୀ ଶତପଥୀଙ୍କ ୯୨ ତମ ଜୟନ୍ତୀ ଅବସରରେ ବକ୍ତା ମାନେ ମତ ରଖିଥିଲେ | ଭଦ୍ରକ ସହର ଭାଗବତ କଲ୍ୟାଣ ମଣ୍ଡପ ରେ ତ୍ଯାଗ ଭୂମି ମହୋତ୍ସବ ର ସଭାପତି ଅଜୟ ନାୟକ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭାରେ ମୁଖ୍ଯ ଅତିଥି ଭାବେ ଭଦ୍ରକ ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକ, ମୁଖ୍ଯ ବକ୍ତା ସ୍ତମ୍ବକାର ଡାକ୍ତର ପ୍ରଫୁଲ୍ଲ କୁମାର ସାହୁ, ଅନ୍ୟତମ ଅତିଥି ଅଧ୍ୟାପକ ନିହାର ରଞ୍ଜନ କର ଯୋଗ ଦେଇ ସ୍ମୃତି ଚାରଣା କରିଥିଲେ |

ଅନ୍ୟମାନଙ୍କ ମଧ୍ଯ ରେ ଆଇନ ଜୀବି ଗଦାଧର ବଳ ନାରୀନେତ୍ରୀ କଳ୍ପନା ଜେନା ବକ୍ତବ୍ଯ ରଖିଥିଲେ | ଖବର ଦାତା ରବିନାରାୟଣ ଖିଲାର ସଭା କୁ ସଂଯୋଜନା କରିଥିଲେ | ଜିଲ୍ଲା ପ୍ରତିନିଧି ସନାତନ ରାଉତ ସ୍ବାଗତ ଭାଷଣ ଓ ଶିକ୍ଷକ ପ୍ରଭାକର ପରିଡା ଅତିଥି ପରିଚୟ ପ୍ରଦାନ କରିଥିଲେ | ପ୍ରଥମ ଅଧିବେଶନ ରେ ଶିକ୍ଷୟତ୍ରୀ ମନୋରମା ରାୟ ଓ ଜାନକୀ ପାଢି ଙ୍କ ସଂଯୋଜନା ରେ କବିତା ପାଠ କରାଯାଇଥିଲା ଏହି ଅବସର ରେ ବ୍ଲକ ଅଧକ୍ଷା ନାୟକ କବୟିତ୍ରୀ ଦମଯନ୍ତ୍ରୀ ରାଉତ ଶିକ୍ଷୟତ୍ରୀ ଜାନକୀ ପାଢୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା | କାର୍ଯ୍ୟକ୍ରମ ପରିଚାଳନା ରେ ଖବର ଦାତା ନାରାୟଣ ବାରିକ, କାଳୀପଦ ରାୟ, ଗଙ୍ଗାଧର ଦାସ ସହଯୋଗ କରିଥିଲେ |

ad-week
Leave A Reply

Your email address will not be published.