ନୁତନ ତହସିଲ କାର୍ଯାଳୟ ପାଇଁ ଦାବୀ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯ ରେ ସ୍ମାରକ ପତ୍ର ପ୍ରଦାନ

add-all


କୁଆଁରମୁଣ୍ଡା //ନୁଆଗାଁ :- ସୁନ୍ଦରଗଡ ଜିଲ୍ଲା ଅନ୍ତର୍ଗତ
ନୁଆଗାଁ ବ୍ଳକ ଏକ ଉପାନ୍ତ ଅଞ୍ଚଳ ରୁପେ ପରିଚିତ।
ଏଠାରେ ୨୦ ଟି ପଞ୍ଚାୟତ ମଧ୍ଯରୁ ଅଧାରୁ ଅଧିକ ପଞ୍ଚାୟତ ଝାଡ଼ଖଣ୍ଡ ରାଜ୍ୟର ସୀମାନ୍ତ କୁ ଲାଗି ରହିଛି ।ଏଠାକାର ଅଧିବାସୀ ସାଧାରଣତଃ ଲୋକ ଚାଷ ଓ କୁଲି ମଜୁରିଆ ଭାବେ ନିଜର ପରିବାର ପୋଷଣ
କରିଥାନ୍ତି । ଏମାନଙ୍କୁ ଗରିବ ଶ୍ରେଣୀର କହିଲେ କିଛି ଭୁଲ ହେବନି । ସେମାନଙ୍କ ପିଲାମାନଙ୍କୁ ପାଠ ପଢା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଇ ଛନ୍ତି। ତଥାପି କେଉଁଠି ନା କେଉଁଠି ଅବହେଳିତ ହୋଇ ରହିଛନ୍ତି।
କାରଣ ପାଠ ପଢା ପାଇଁ ସରକାର ଙ୍କ ନିୟମ ଅନୁଯାଇ ଜାତିଗତ ପ୍ରମାଣ ପତ୍ର,ଇନକମ୍ ର୍ଟିଫିକେଟ ତଥା ରେସିଡ଼େନ୍ସିଆଲ ସାର୍ଟିଫିକେଟ ର ଆବଶ୍ୟକ
ରହିଥିଲାବେଳେ ଗରିବ ଛାତ୍ର ଛାତ୍ରୀଙ୍କ ପାଇଁ ଏହା କଷ୍ଟକର ହୋଇ ପଡୁଛି ।କାରଣ ଏହି ସବୁ

ସାର୍ଟିଫିକେଟ ପାଇବାର ପାଇ ସେମାନଙ୍କୁ ପାଖା ପାଖି ୪୦ ରୁୁ ୫୦ କି:ମି ଦୁର ବିରମିତ୍ରପୁର ତହସିଲ କାର୍ଯ୍ଯାଳୟ କୁ ଯିବାକୁ ପଡିଥାଏ। ବାରମ୍ବାର ଦୌଡିଲା
ପରେ ଯାଇ ସାର୍ଟିଫିକେଟ ମିଳିବା ସମ୍ଭବପର ହୋଇ ଥାଏ ,ଯାହାକି ଗରିବ ଶ୍ରେଣୀର ଛାତ୍ର ଛାତ୍ରୀଙ୍କ ପାଇ
କଷ୍ଟକର ବ୍ୟାପାର ହୋଇ ପଡୁଛି ଏସବୁକୁ ଦୃଷ୍ଟିରେ ରଖି ନାଗରିକ କମିଟିର ଆବାହକ ତଥା ଯୁବ ବିଜେଡି ନେତା ଶ୍ରୀ ରାଜେଶ କେର୍କେଟା ଙ୍କ ନେତୄତ ରେ ନୁଆଗାଁ ପଞ୍ଚାୟତ ବାସୀ ତଥା ଜନସାଧାରଣ ମିଳିତ ସହଯୋଗ ରେ ନୁଆଗାଁ ଠାରେ ଏକ ନୁୁତନ ତହସିଲ କାର୍ଯାଳୟ ଖୋଲିବା ପାଇ ଏକ ସ୍ମାରକ ପତ୍ର ନୁଆଗାଁ ଗୋଷ୍ଠୀଉନୟନ ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯ ରେ ପ୍ରଦାନ କରିଥିଲେ ।ଏମାନଙ୍କ ସହିତ ନୁଆଗାଁ ବ୍ଳକ ବିଜେଡି ନେତା
ଶ୍ରୀ ଗଜେନ୍ଦ୍ର ସାହୁ,ମଖଲୁ ଏକା ସୁରେଶ ଦେଶବାନି,ସୁରେନ୍ଦ୍ର ସିଂହ,ବାନ୍ଧନା ଅହିର, ରାଜକିଶୋର ସାହୁ,ପାତ୍ରାସ ଖାଲଖୋ, ଶ୍ୟାମ ସୁନ୍ଦର ସାହୁ, ଆକାଶ ଶେଖର ଦେଓ ଦୀପକ ବଡାଇକ, ଏମ.ଡି ନଦିମ,ଅନୁଜ ଦାସ ସହ ଅନେକ ବୁଦ୍ଧି ଜୀବି ଓ ସାଧାରଣ ଜନତା ପ୍ରମୁଖ ସହଯୋଗ କରିଥିଲେ ।

ad-week
Leave A Reply

Your email address will not be published.