

ଫୁଲବାଣୀ: ଆଜି ଦିନିକିଆ କନ୍ଧମାଳ ଗ୍ରସ୍ତରେ ବିଜେଡି ସଂଘଠନ ସମ୍ପାଦକ ବବି ଦାସ।ବବି ଦାସ ପ୍ରଥମେ ଫୁଲବାଣୀ ସ୍ଥିତ ପ୍ରଦକ୍ଷିଣ ଗୃହରେ ପହଞ୍ଚିବା ପରେ କନ୍ଧମାଳ ଜିଲ୍ଲା ସଭାପତି ସରୋଜ କର୍ଣ୍ଣ ବାଲିଗୁଡା ସାଂସଦ ପ୍ରତିନିଧି ତଥା ବ୍ଲକ ବିଜେଡି ସଭାପତି ଟୁନା ଦାସ ଶହ ଶହ କର୍ମୀଙ୍କୁ ନେଇ ସଂଘଟନ ସମ୍ପାଦକ ବବି ଦାସଙ୍କୁ ପୁଷ୍ପ ଗୁଛ ଦେଇ ସ୍ବାଗତ କରିଥିଲେ। ଫୁଲବାଣି ସର୍କିଟ ହାଉସରୁ ଏକ ମଟର ସାଇକେଲ ରାଲିରେ ଶ୍ରୀ ଦାସଙ୍କୁ କର୍ମୀମାନେ ସହର ପରିକ୍ରମା କରାଇ ବିଜୁ ପଟ୍ଟନାୟକ ଛକକୁ ନେଇଥିଲେ।ସେଠାରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ l ଏହି ଅବସରରେ କନ୍ଧମାଳ ଜିଲ୍ଲା ପାଇଁ ପାର୍ଟି ଅଫିସ ଫୁଲବାଣି ମୁଖ୍ୟ ବଜାର ମଧ୍ଯରେ ଉଦ୍ଘାଟିତ କରିଛନ୍ତି ସଂଘଠନ ସମ୍ପାଦକ ବବି ଦାସ। ପରେ ପରେ ବିଜୁ କଲ୍ୟାଣ ମଣ୍ଡପ ଠାରେ ଏକ ବୈଠକଆୟୋଜନ କରାଯାଇଥିଲା l ଏଥିରେ ସମସ୍ତ ଦଳୀୟ କର୍ମକର୍ତ୍ତା ଯଥା କନ୍ଧମାଳ ସାଂସଦ ଡଃ ଅଚ୍ୟୁତ ସାମନ୍ତ ଏବଂ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ଓ ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ,ବିଜୁ ଛାତ୍ର ସଭାପତି ସୁନୀଲ ସେଠୀ, ଯୁବ ସଭାପତି ବିଷ୍ନୁ ଚରଣ ମଲ୍ଲିକ, ମହିଳା ସଭାନେତ୍ରୀ ପୁନମ କହଁର,ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର, ପୂର୍ବତନ ପୌରାଧ୍ୟକ୍ଷ ରାଜେନ୍ଦ୍ର କହଁର, ଉପସଭାପତି ପାର୍ଥ ସାରଥି ବିଶ୍ଵାଳ,ଖଜୁରୀ ପଡ଼ା ବ୍ଲକ ଅଧ୍ୟକ୍ଷା
ଅନିମା କହଁର,ରାକେଶ ମିଶ୍ର, ରମା କାନ୍ତ ବେହେରା ଓ ଜିଲ୍ଲା ମିଡ଼ିଆ ସମ୍ପାଦକ ରାଜେନ୍ଦ୍ର ପାଢ଼ୀ ପ୍ରମୁଖଙ୍କ ସମେତ ଶତାଧିକ ଦଳୀୟ କର୍ମୀ ଉପସ୍ଥିତ ଥିଲେ l ଆଗାମୀ ୧୬,୧୭ ଦୁଇ ଦିନ ୫ ଟି ସଚିବ ଙ୍କ ଗସ୍ତ ଥିବାରୁ ଜିଲ୍ଲା ସମସ୍ୟା
ବିଷୟରେ ଜିଲ୍ଲା ନେତା ବିଧାୟକ ମାନଙ୍କ ସହିତ ଆଲୋଚନା କରିଥିଲେ । ଆଗକୁ ନିର୍ବାଚନ ଆସୁଛି ସଂଘଠନକୁ କିପରି ଆହୁରି ସୁଦୃଢ ଜରାଯାଇପାରିବା ସେନେଇ ଆଲୋଚନା କରି ପଦକ୍ଷେପ ନେବାକୁ ନିର୍ଦ୍ଧେଶ ଦେଇଥିଲେ।