
ମାଲକାନଗିରି : ମାଲକାନଗିରି ଜିଲ୍ଲା ଏକ ଆଦିବାସୀ ବହୁଳ ଅଞ୍ଚଳ । ଏଠାରେ ବିଭିନ୍ନ ସମ୍ପ୍ରଦାୟ ର ଲୋକେମାନେ ବସବାସ କରନ୍ତି । ତେବେ ଏହି ଜିଲ୍ଲା ବାସୀଙ୍କ ବେଶଭୂଷା ଯେତିକି ନିଆରା ସେମାନଙ୍କ ଚାଲିଚଳନ, ସଂସ୍କୃତି ଓ ପରମ୍ପରା ମଧ୍ୟ ସେତିକି ନିଆରା । ଏଠାରେ ଲୋକେ ଖୁସିରେ ଶାନ୍ତିରେ ଜୀବନ ଜାପାନ କରିବାକୁ ପସନ୍ଦ କରନ୍ତି । ନିଜ ସମ୍ମାନକୁ ବଞ୍ଚାଇବା ପାଇଁ ଚେଷ୍ଟା କରନ୍ତି । ଜୀବନରେ ଏମିତି ଅନେକ ମୋଡ଼ ଆସିଥାଏ ଯେଉଁଠି ମିଛ ଖବର ପାଇଁ ସମ୍ମାନ ସହ ଜୀବନ ଭି ଚାଲିଯାଇଥାଏ । ଏହାକୁ ଆଧାର କରି ସତ୍ୟଖବର ନାମକ ଏକ କ୍ଷୁଦ୍ର ଚଳଚ୍ଚିତ୍ର ମାଲକାନଗିରି କଳାକାର ଦ୍ୱାରା ପ୍ରସ୍ତୁତ କରାଯାଇଛି। ଏହାର ନିର୍ଦେଶକ ମାତୃ ପ୍ରସାଦ ପରିଡ଼ା ଏହି ଚଳଚିତ୍ର ମାଧ୍ୟମରେ ମାଲକାନଗିରି ଅଞ୍ଚଳର କଳା ସଂସ୍କୃତି କୁ ଲୋକ ଲୋଚନ ଆଣିପାରିଛନ୍ତି। କିପରି ଲୋକେ ମିଛ ନିୟୁଜ ସାମାଜିକ ଗଣମାଧ୍ୟମ ରେ ପ୍ରକାଶ ହେବା ଦ୍ୱରା ସମାଜରେ ନିଜ ସମ୍ମାନ ହରେଇବା ସହ ଶେଷରେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୁଅନ୍ତି ତ କେହି ସମାଜକୁ ନ ଡରି ଏହାର ମୁକାବେଲା କରିଥାନ୍ତି। ଏହି ସତ୍ୟଖବର ଚଳଚିତ୍ରରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ମାଲକାନଗିରି ର କେ ଵାଲା ରାଜୁ ଯିଏକି ସତ୍ୟ ନାମରେ ପରିଚିତ। ଅନ୍ୟାନ୍ୟ ଅନେକ ମାଲକାନଗିରି କଳାକାର ଏହି ଚଳଚିତ୍ର ରେ ନିଜର ପ୍ରତିଭା ପ୍ରଦର୍ଶନ କରିଛନ୍ତି।ଏହି ଚଳଚିତ୍ର ମାଧ୍ୟମରେ ଲୋକଙ୍କୁ ଫେକ ନିୟୁଜ ସାମାଜିକ ଗଣମାଧ୍ୟମରେ ପ୍ରକାଶ ହେବ ଦ୍ୱାରା କିପରି ଅନେକ ଅସୁବିଧାର ଅମ୍ମୁଖୀନ ହେବାକୁ ପଡ଼ିଥାଏ ତାହା ଦର୍ଶା ଯାଇଛି । ଆଜି ଏହି ଚଳଚିତ୍ର ମାଲକାନଗିରିର ଟାଉନହଲ ଠାରେ ସାମ୍ବାଦିକ ମାନଙ୍କ ଉପସ୍ଥିତିରେ ଉଦ୍ଘାଟନ କରାଯାଇଥିଲା ।