
ମାଲକାନଗିରି (୧୪/୬) : କାଲିମେଳା ବ୍ଲକ ଚିତ୍ରାଙ୍ଗପଲ୍ଲୀ ପଂଚାୟତ ଅନ୍ତର୍ଗତ ସୁପାଲ ବନସୁରକ୍ଷା ସମିତି ଅଞ୍ଚଳରେ ସହଯୋଗୀ ଏନଜିଓ ଏବଂ ଷ୍ଟେଟବ୍ୟାଙ୍କ ସ୍ୱରୋଜଗାର ତାଲିମ ପ୍ରତିଷ୍ଠାନ ଦ୍ୱାରା ରୋଜଗାର ଶିବିର ଆୟୋଜିତ ହୋଇଥିଲା । ବନସୁରକ୍ଷା ସମିତି ଅଞ୍ଚଳରେ ଆଗାମୀ ବର୍ଷା ସମୟରେ ବନବିଭାଗ ଦ୍ୱାରା ହେବାକୁ ଥିବା ବୃକ୍ଷ ରୋପଣ , ବର୍ଷା ଜଳ ସଞ୍ଚୟ ପାଇଁ ଷ୍ଟ୍ରେଞ୍ଚ ଖନନ, ଚାରା ରୋପଣରେ କାର୍ଯ୍ୟ ରେ ଅଧିକରୁ ଅଧିକ ଗ୍ରାମର ଶ୍ରମିକ ଙ୍କୁ ନିୟୋଜିତ ହେବାକୁ ଆହ୍ୱାନ କରାଯାଇଥିଲା । ଉଜୁଡା ଜଙ୍ଗଲର ପୁନରୁତ୍ଥାନ ଓ ଅବାଧ ପଶୁପକ୍ଷୀ ଶିକାର ରୋକିବା ବିଷୟରେ ଗ୍ରାମବାସୀଙ୍କୁ ସଚେତନତା କରାଯାଇଥିଲା । ଏଥି ସହ ବେକାର ଯୁବକ ଯୁବତୀ ଓ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଷ୍ଟେଟବ୍ୟାଙ୍କ ଗ୍ରାମୀଣ ସ୍ୱରୋଜଗାର ତାଲିମ ପ୍ରତିଷ୍ଠାନ (SBRTC) ଦ୍ୱାରା ସିଲେଇ,ମୋବାଇଲ ରିପ୍ୟାର ୱାରିଂ ଓ ସିଲେଇ ପ୍ରଶିକ୍ଷଣ ପାଇଁ ହିତାଧୀକାରୀ ଚୟନ ସହ ୟୁଥ୍ କ୍ଳବ୍, DBT, ଓ ପଶୁସମ୍ପଦ ସୁରକ୍ଷା ବୀମା ପାଇଁ ଡକ୍ୟୁମେଣ୍ଟ ସଂଗ୍ରହ ବାବଦରେ ଶ୍ରୀ ବିପିନ ବିହାରୀ ଶତପଥୀ ଆଲୋଚନା କରିଥିଲେ । ଆଜିର ଏହି ରୋଜଗାର ଶିବିର ରେ ସୃଷ୍ଟି ଅନୁଷ୍ଟାନ ପକ୍ଷରୁ ଟିମ ଲିଡ଼ର ଶ୍ରୀ ଟୁକୁଲା ପ୍ରଧାନ, ଡେଭଲ ମେଣ୍ଟ ଅଫିସର ସୁବ୍ରତ ସ୍ୱାଇଁ,SBRTC ଅନୁଷ୍ଠାନ ତ୍ରଫରୁ ରାଜକିଶୋର ପଟନାୟକ ଉପସ୍ଥିତ ରହିବା ସହ ଗ୍ରାମାଞ୍ଚଳରେ ଯୁବକ ଯୁବତୀ ଙ୍କୁ ଆତ୍ମନିର୍ଭରଶୀଳ କରିବାକୁ ଲକ୍ଷ୍ୟ ରଖିଛନ୍ତି ।