ବ୍ଲକ ସ୍ତରୀୟ ଲୋକକଳା ଦିବସ ପାଳିତ

add-all

ଦାରିଙ୍ଗବାଡ଼ି (୧୪/୬) : ଦାରିଙ୍ଗବାଡ଼ି ବ୍ଲକ ପରିସରରେ ଲୋକ କଳା ଦିବସ ପାଳନ ହୋଇଯାଇଛି। ବିଡ଼ିଓ ତଥା ଲୋକ କଳା ସଂଘର ସଭାପତି ଗଦାଧର ପାତ୍ରଙ୍କ ନେତୃତ୍ୱରେ ଉକ୍ତ ଦିବସ ପାଳନ ହୋଇଥିବା ବେଳେ ଏଥିରେ ବ୍ଲକ ଅଞ୍ଚଳରୁ ଶତାଧିକ କଳାକାର ମାନେ ଉପସ୍ଥିତ ଥିଲେ। ଏହି ଅବସରରେ ସମସ୍ତ କଳାକାରଙ୍କୁ ନେଇ ସାଂସ୍କୃତିକ ଶୋଭାଯାତ୍ରା ସହ ସଭା, ସମ୍ବର୍ଦ୍ଧନା , ନାଚ, ଗିତ ଆଦି ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମ ରେ ନୂତନ ଭାବେ ମନୋନୀତ ହୋଇଥିବା ଉପ ସଭାପତି ମହେଶ୍ୱର ପ୍ରଧାନଙ୍କ ସମେତ ଅନ୍ୟ ମାନେ ସହଯୋଗ କରିଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହାୟତା ରେ କଳାକାର ଭତ୍ତା ପାଉଥିବାରୁ ଉତ୍ସାହିତ ଥିବା କଳାକାର ମାନେ କହିଛନ୍ତି।

ad-week
Leave A Reply

Your email address will not be published.