ରନ୍ଧନ ଗ୍ୟାସ ଚୋରି ବେଳେ ସାଧା ପୋଷାକରେ ଧରିଲା ପୁଲିସ…

add-all

ବ୍ରହ୍ମପୁର : ଉପଭୋକ୍ତାଙ୍କୁ ଯୋଗାଣ ପାଇଁ ଗୋଦାମରେ ରଖାଯାଇଥିବା ଏଲପିଜି ଗ୍ୟାସ ସିଲିଣ୍ଡରରୁ ଗ୍ୟାସ ଚୋରି ହେଉଥିବା ବେଳେ ବ୍ରହ୍ମପୁର ପୁଲିସ ପକ୍ଷରୁ ଚଢ଼ାଉ କରାଯାଇଛି ।  ବ୍ରହ୍ମପୁର ଆଙ୍କୁଲି ନିକଟ ଜଳେଶ୍ଵର ଖଣ୍ଡି ଠାରେ ଅନେକ ଦିନ ଧରି ଏହି କଳା କାରନାମା ଚାଲିଥିବା ବେଳେ କୌଣସି ବିଶେଷ ସୂତ୍ରରୁ ଖବର ପାଇଁ  ପୁଲିସ ସାଦା ପୋଷାକରେ ଯାଇ ଗ୍ୟାସ ଚୋରି କରୁଥିବା ଏକାଧିକ ଡେଲିଭେରି ବୟ ସମେତ ଗୋଦାମ କର୍ମଚାରୀଙ୍କୁ କାବୁ କରିଛି। ସେଠାରୁ ପାଖାପାଖି ୭୦ରୁ ଉର୍ଦ୍ଧ୍ବ ସିଲିଣ୍ଡର ଜବତ ହୋଇଛି । ଲୋକଙ୍କ ଘରକୁ ସିଲିଣ୍ଡର ପହଞ୍ଚାଇବା ପୂର୍ବରୁ ସେଥିରୁ ୧ କେଜି ରୁ ୨ କେଜି ଗ୍ୟାସ ବାହାର କରିଦିଆଯାଇଥିଲା । ଏ ନେଇ ଅଭିଯୋଗ ପରେ ବ୍ରହ୍ମପୁର ଏସପି ଡ଼ା.ସର୍ବଣା ବିବେକ ଏମ ଙ୍କ ନିର୍ଦ୍ଦେଶକ୍ରମେ ସ୍ୱତନ୍ତ୍ର ସାଦା ପୋଷାକ ଟିମ ଏହି ଗୋଦାମରେ ଚଢ଼ାଉ କରିଥିଲେ । ଏହି ଗ୍ୟାସ ଟାଙ୍କି ଗୁଡ଼ିକ ବ୍ରହ୍ମପୁର ଇଣ୍ଡେନ୍ ଗ୍ୟାସର  ବୋଲି ସୂଚନା ମିଳିଛି । 

ad-week
Leave A Reply

Your email address will not be published.