ରଜ ପାଇଁ ଗାଁ ରୁ ସହର ଉତ୍ସବ ମୁଖର…

add-all


ଭଦ୍ରକ : ସବୁଠି ପିଠା ,ମିଠାଆସର ଓଡିଶାର ଗଣପର୍ବ ରଜ ଉତ୍ସବ ଅବସର ରେ ସମଗ୍ର ବନ୍ତ ବ୍ଲକ ର ଜନସାଧାରଣ ବେଶ୍ ଉତ୍ସହ ସହକାରେ ଏହି ପର୍ବ ମନାଉଥିବା ପରିଲକ୍ଷିତ ହେଉଛି ଏହି ଅବସର ରେ ପ୍ରତି ଗାଁ ରେ ବିଭିନ୍ନ ପ୍ରକାର ର ଦୋଳି ସହ ଘରେ ଘରେ ପିଠା ପଣା ତିଆରି ହେଉଥିବା ବେଳେ ଝିଅ ମାନେ ନୂତନ ବସ୍ତ୍ର ପରିଧାନ କରି ଗାଁ କୁ ଗାଁ ବୁଲି ରଜ ମନାଉଥିବା ଦୃଶ୍ଯ ପରିଲକ୍ଷିତ ହୋଇଛି ଏହି ଅବସର ରେ ଶ୍ରୀ ଜଗନ୍ନାଥ ଆଞ୍ଚଳିକ ରଜ ମହୋତ୍ସବ କମିଟି ପକ୍ଷରୁ ଆୟୋଜିତ ହେଉଥିବା ୮ମ ବାର୍ଷିକ ରଜ

ମହୋତ୍ସବ ପାଇଁ ଖୁବ ଗହଳ ଚହଳ ଲାଗି ରହିଛି ଏଠାରେ ପାରମ୍ପାରିକ ହୋଳି ସାଙ୍ଗ କୁ ମୀନା ବଜାର କବିତା ଆସର ଆଦି କାର୍ଯ୍ୟକ୍ରମ ଆକର୍ଷଣ ର କେନ୍ଦ୍ର ବିନ୍ଦୁ ପାଲଟିଛି ଆଖପାଖ ପ୍ରାୟ ୫ ଗୋଟି ପଞ୍ଚାୟତ ର ବିଭିନ୍ନ ବର୍ଗ ର ଲୋକ ମାନେ ଏଠାରେ ମିଳିତ ହେଉଥିବା ଦେଖିବାକୁ ମିଳିଛି ସେହିପରି ବନ୍ତ ବ୍ଲକ ଟିଲୋ କଣ୍ଟାପଡ଼ା ଗ୍ରାମର ମା ବଳିୟାରସିଂ ରଜ ମହୋତ୍ସବ କମିଟି ପକ୍ଷରୁ ଆଜି ପ୍ରଥମ ବାର୍ଷିକ ରଜ ମହୋତ୍ସବ କୁ ବନ୍ତ ଥାନାଧିକାରୀ ଆଦିତ୍ଯ ପ୍ରସାଦ ଜେନା ଉଦ୍ଘାଟନ କରିଥିଲେ ପାରମ୍ପାରିକ ଓ ଆଧୁନିକ ଦୋଳି ସାଙ୍ଗ କୁ ମୀନା ବଜାର ଓ ସଂଧ୍ଯା ରେ ସାସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ୩ଦିନ ଧରି ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମ ର ଆଜି ସଂଧ୍ୟା ରେ ମୁଖ୍ଯ ଅତିଥି ଭାବେ ପ୍ରାକ୍ତନ ବିଧାୟକ ରଥ ଦାସ ମୁଖ୍ୟ ବକ୍ତା ସୁନାମ ଧନ୍ଯ ଡାକ୍ତର ମୂରଲୀଧର ସୂତାର ସମ୍ମାନିତ ଅତିଥି ଭାବେ ଅତିରିକ୍ତ ତହସିଲ ଦାର ବିନୀତା ରାଣି କିସ୍କୁ ଓ ବନ୍ତ ଥାନା ଅଧିକାରୀ ଆଦିତ୍ଯ ପ୍ରସାଦ ଜେନା ଯୋଗ ଦେଇ ଥିଲେ ମହୋତ୍ସବ କମିଟିର ସଭାପତି ସୁକୁମାର ଦାସ ସମ୍ପାଦକ ଜଗବନ୍ଧୁ ଦାସ କୋଷାଧ୍ୟକ୍ଷ ସୁନିଲ ରଞ୍ଜନ ଦାସ ଉପସଭାପତି ବିକନ ଦାସ ଓ ସହ ସମ୍ପାଦକ କୌବଲୟ ଦାସ ସହ କମିଟିର ସମସ୍ତ ସଦସ୍ଯ କାର୍ଯ୍ୟକ୍ରମ ପରିଚାଳନ ରେ ସହଯୋଗ ଜାରୀ ରଖିଛନ୍ତି କମିଟି ମାନଙ୍କ ଦ୍ଵାରା ଆୟୋଜିତ ରଜ ମହୋତ୍ସବ ପାଇଁ ବେଶ ଉତ୍ସବ ମୁଖର ହୋଇ ଉଠିଛି

ad-week
Leave A Reply

Your email address will not be published.