ସୂତାକଳ କମ୍ପାନୀରେ ଦାଦନ ଶ୍ରମିକଙ୍କ ମୃତ୍ୟୁ

add-all

ଚିକିଟୀ : ଚିକିଟୀ ବ୍ଲକ କଳବାଡ ପଞ୍ଚାୟତ ପାରସମ୍ବା ଗ୍ରାମର କଇଁ ବେହେରା ଙ୍କ ପୁଅ ସନ୍ତୋଷ କୁମାର ବେହେରା ଙ୍କ ସୁରତ ର ସୂତାକଳ କମ୍ପାନୀରେ ଅକାଳ ମୃତ୍ୟୁ ହୋଇଛି। ସେ ଡାଇମଣ୍ଡନଗର ସ୍ଥିତ ଏକ ଘରୋଇ ସୂତାକଳ କମ୍ପାନୀ ରେ ଦାଦନ ଶ୍ରମିକ ଭାବେ କାମ କରୁଥିଲେ। ଦୀର୍ଘ ଦିନ ହେଲା ଉକ୍ତ କମ୍ପାନୀ ରେ ସନ୍ତୋଷ ଓପରେଟର ଭାବେ କାମ କରି ସୋମବାର ରାତ୍ରି ଡ୍ୟୁଟି ରେ ବ୍ୟସ୍ତ ଥିଲେ। ରାତ୍ର ତିନିଟା ସମୟ ରେ ପରିଶ୍ରା କରିବା କୁ ଯାଇ ଫେରିବା ପରେ ଅସୁସ୍ଥ ଅନୁଭବ କରି ବିଶ୍ରାମ ନେଇଥିଲେ। କମ୍ପାନୀ କର୍ମଚାରୀ ମାନେ ଉଠେଇବା ରୁ ଆଉ ଜୀବନ ନ ଥିବା ଜଣା ପଡିଥିଲା।ପରେ ଆର୍ଥିକ ଅଭାବ ରୁ ଶବ କୁ ନିଜ ଗ୍ରାମ କୁ ନ ଆଣି ସୁରତ ରେ ହିଁ ସଂସ୍କାର କରାଯାଇଥିଲା। ପରିବାର ର ଏକମାତ୍ର ରୋଜଗାର କ୍ଷମ ବ୍ୟକ୍ତି ଥିଲେ ସନ୍ତୋଷ ଓ ଘରେ ବୁଢ଼ା ବାପା ଓ ମସ୍ତିଷ୍କ ବିକୃତ ଭଉଣୀ ଏବଂ ସ୍ତ୍ରୀ ସାଙ୍ଗକୁ ଦୁଇଟି ପିଲା ଛୁଆ ବର୍ତ୍ତମାନ ଅସହାୟ ହୋଇଯାଇଛନ୍ତି। ଚିକିଟୀ ବ୍ଲକ ର ଏପରି ଭାବେ ବହୁ ଦାଦନ ଶ୍ରମିକ ଆର୍ଥିକ ଅଭାବ ରୁ ବାହାର ରାଜ୍ୟ କୁ ଦାଦନ ଖଟିବାକୁ ଯାଇ ଜୀବନ ହାରୁଛନ୍ତି। ଏପରି ସମସ୍ୟା ମଧ୍ୟରେ ପରିବାର ଲୋକ ଅସହାୟ ହେବା ସ୍ଵାଭାବିକ ହୋଇପଡ଼ିଥିଲା ବେଳେ ସେମାନଙ୍କ ପରିବାର ଲୋକଙ୍କୁ ରୋଜଗାର ପନ୍ଥା ଯୋଗାଇବାକୁ ଅଞ୍ଚଳବାସି ଦାବିକରିଛନ୍ତି । ସନ୍ତୋଷ ଙ୍କ ସ୍ତ୍ରୀ ଙ୍କୁ ଭତ୍ତା ସହ ଆର୍ଥିକ ସହଯୋଗ ଯୋଗେଇ ଦେବାକୁ ବ୍ଲକ ପ୍ରଶାସନ ନିକଟରେ ଚନ୍ଦ୍ର ଶେଖର ପ୍ରଧାନ ଦାବି କରିଛନ୍ତି।

ad-week
Leave A Reply

Your email address will not be published.