ଅଗ୍ନିପଥ ସ୍କିମ୍ ପାଇଁ ଆର୍ମି ରିକୃଟମେଣ୍ଟ ରାଲି

add-all

ଛତ୍ରପୁର (୧୬.୦୬) : ଅଗ୍ନିପଥ ସ୍କିମ୍ ନିମନ୍ତେ ସେନା ନିଯୁକ୍ତି ରାଲି ପାଇଁ ଗଞ୍ଜାମ, ଗଜପତି, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡା, ନୂଆପଡା, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାର ସଂକ୍ଷିପ୍ତ ତାଲିକାଭୁକ୍ତ ପ୍ରାର୍ଥୀମାନଙ୍କର ୨୦ ଜୁନ୍ ୨୦୨୩ ରିଖ ରୁ ୨୩ ଜୁନ୍ ୨୦୨୩ରିଖ ପର୍ଯ୍ୟନ୍ତ ସମ୍ବଲପୁର ଏୟାରଷ୍ଟ୍ରିପ୍ ଜମାଦାରପଲ୍ଲୀ ଠାରେ ସେନା ନିଯୁକ୍ତି ରାଲି ଅନୁଷ୍ଠିତ ହେବ । ଯେଉଁମାନେ ଅନଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ସେହି ପ୍ରାର୍ଥୀ ମାନଙ୍କର ସମ୍ବଲପୁର ଏୟାରଷ୍ଟ୍ରିପ୍ ଜମାଦାରପଲ୍ଲୀ ଠାରେ ଶାରୀରିକ ଫିଟନେସ୍ ଓ ଡାକ୍ତରୀ ପରୀକ୍ଷା କରାଯିବ । ଅନଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ପ୍ରାର୍ଥୀମାନଙ୍କର ଆଡମିଟ୍ କାର୍ଡ (ପ୍ରବେଶ ପତ୍ର) ସେମାନଙ୍କର ପଞ୍ଜିକୃତ ଇ-ମେଲ୍ କୁ ପଠାଯାଇଛି । କୃତୀ ପ୍ରାର୍ଥୀମାନେ ସେମାନଙ୍କର ଆଡମିଟ୍ କାର୍ଡ ଭାରତୀୟ ସେନା ଓ୍ବେବ୍ ସାଇଟ୍ www.joinindianarmy.nic.in ରେ ଡାଉନ୍ ଲୋଡ୍ ମଧ୍ୟ କରି ପାରିବେ । ପ୍ରାର୍ଥୀମାନେ କୌଣସି ବିଷୟରେ ଜାଣିବା ପାଇଁ ଇଛୁକ ଥିଲେ ତେବେ ୦୬୮୦-୨୩୪୩୯୧୧ ଫୋନ୍ ନମ୍ବରରେ ଯୋଗାଯୋଗ କରିପାରିବେ । ନିଯୁକ୍ତି ପ୍ରକ୍ରିୟା ସମୟରେ ପ୍ରାର୍ଥୀମାନେ ନିଜର ଅରିଜିନାଲ୍ (ଅସଲି) ପ୍ରମାଣପତ୍ର ଅନ୍ୟ କାହାକୁ ହସ୍ତାନ୍ତର ନ କରିବାକୁ ଏବଂ କୌଣସି ଦଲାଲ୍ ମାନଙ୍କ ବଶୀଭୂତ ନହେବାପାଇଁ ପରାମର୍ଶ ଦିଆଯାଇଛି । ଯଦି ଏପରି କୌଣସି ଘଟଣା ଘଟେ, ତେବେ ତୁରନ୍ତ ସ୍ଥାନୀୟ ପୋଲିସ୍ କିମ୍ବା ଗୋପାଳପୁରର ସେନା ନିଯୁକ୍ତି ଅଧିକାରୀ, କର୍ମଚାରୀଙ୍କୁ ଜଣାଇ ପାରିବେ । ନିଯୁକ୍ତି ପ୍ରକ୍ରିୟା ସମୟରେ ଦଲାଲ୍ ମାନେ କିଛି ଅସଦାଚରଣ ବ୍ୟବହାର କରନ୍ତି ତେବେ ସେମାନଙ୍କୁ ଗିରଫ କରିବା ପାଇଁ କଠୋର ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଆର୍ମି ରିକୃଟମେଣ୍ଟ ଅଫିସ୍ ଗୋପାଳପୁର ଜଣାଇଛନ୍ତି ।

ad-week
Leave A Reply

Your email address will not be published.