
ଚିକିଟୀ : ଚିକିଟୀ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ବାହିନୀପତି କଲ୍ୟାଣ ମଣ୍ଡପ ଠାରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ମଙ୍ଗଳବାର ବରିଷ୍ଠ ବିଜେଡି ସଙ୍ଗଠକ ସୁରେନ୍ଦ୍ର ମଣ୍ଡଳଙ୍କ ପଞ୍ଚାବନ ତମ ପୁଣ୍ୟ ଜନ୍ମ ତିଥିରେ ଏମ କେ ସି ଜି ରକ୍ତ ଭଣ୍ଡାର ସହଯୋଗ ରେ ଏହି ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ୨୫୧ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଏହି ଶିବିରରେ ଜିଲ୍ଲା ଜିବନ ବିନ୍ଦୁ କାର୍ଯ୍ୟକ୍ରମ ସଂଯୋଜକ ସୁବାଷ ମହାରଣା ଉପସ୍ଥିତ ହୋଇ ଶ୍ରୀ ଜଗନ୍ନାଥଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ । ସମ୍ମାନିତ ଅତିଥି ଭାବେ ଚିକିଟି ଏ ନଏ ସି ଅଧ୍ୟକ୍ଷା ଦିପା କୁମାରୀ ସାହୁ,ବ୍ଲକ ଅଧ୍ୟକ୍ଷ ଆପନା ସେଠୀ, ସମାଜସେବୀ ଶ୍ରୀରୁପ ଦେବ, ଜ଼ିଲ୍ଲା ପରିଷଦ ସଭ୍ୟ ଏମ୍ ନଗରାଜୁ,ଆଇନ ଜିବି ବିଜୟ ପ୍ରଧାନ, ପ୍ରଫୁଲ୍ଲ ପ୍ରଧାନ, ରାମଚନ୍ଦ୍ରପୁର ସରପଞ୍ଚ ଜି ଜ୍ୟୋତି ରେଡ୍ଡୀ ଏ.ରାଙ୍ଗାରଓ, ବି ସନମୁଖ ରାଓ,ମହେନ୍ଦ୍ରନାଥ ପ୍ରଧାନ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ପ୍ରମତି ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କିଶୋର ପଣ୍ଡା, ରଘୁନନ୍ଦନ ସାହୁ,ଜୟ ସାହୁ,ଜଗଦୀଶ ସାହୁ, ଶ୍ରୀଧର ସାହୁ, ଶିବରାମ ସାହୁ, ପ୍ରିୟରଞ୍ଜନ ବେହେରା, ବାରିକ ପ୍ରଧାନ, ନାର୍ସିଙ୍ଗଲୁ,ଦେବରାଜ ପାଣିଗ୍ରାହୀ, ବିପଦ ପଣ୍ଡା,ପ୍ରଶାନ୍ତ ପାଢ଼ୀ, ସୁଶାନ୍ତ ପଣ୍ଡା,,ଟି. ଆନନ୍ଦ ରାଓ ସୁବୁଦ୍ଧି ପ୍ରମୁଖ ଶିବିର ପରିଚାଳନା ରେ ସହଯୋଗ କରିଥିବା ବେଳେ ବ୍ରହ୍ମପୁର ରକ୍ତ ଭଣ୍ଡାର ର କର୍ମଚାରୀ ମାନେ ରକ୍ତ ସଂଗ୍ରହ କରିଥିଲେ। ବ୍ଲକର କୋଣ ଅନୁକୋଣରୁ ବହୁ ଯୁବ ପ୍ରତିଭା, ଓ ବ୍ୟକ୍ତି ବିଶେଷ ସ୍ବେଛାକୃତ ଭାବେ ରକ୍ତଦାନ କରିବାକୁ ଉତ୍ସାହିତ ହୋଇ ଯୋଗଦେଇଥିଲେ । ଏହି ଅବସରରେ ସମସ୍ତ ରକ୍ତଦାତା ଭାଇ ଓ ଭଉଣୀ ମାନଙ୍କ ଏଭଳି ଆନ୍ତରିକ ସହଯୋଗ କୁ ଶ୍ରୀ ସୁରେନ୍ଦ୍ର ମଣ୍ଡଳ ହୃଦୟର ସହ ସାଧୁବାଦ ଜଣାଇ ଥିଲେ ।