ବିଦ୍ୟୁତ୍ ଆଘାତରେ ମହିଳା ମୃତ

add-all

ହିଞ୍ଜିଳିକାଟୁ (୨୦।୬) : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ଥାନା ସାହି ମଙ୍ଗଳବାର ସକାଳୁ ଏକ ଅଭାବନୀୟ ଘଟଣା ଘଟିଯାଇଛି । ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ରାମ ସାହୁଙ୍କ ପତ୍ନୀ ମାଣିକଲତା ସାହୁ ୩୬ ।
ପ୍ରକାଶ ଥାଉକି ମୃତ ମାଣିକଲତା ସକାଳୁ ଗାଧୋଇ ସାରି ଘର ଟେବୁଲ ପଙ୍ଖା ସୁଇଚ୍ ଅନ କରି ଵସିଥିବା ବେଳେ ଫ୍ୟାନ ଟିକୁ ଘୁଞ୍ଚାଇ ସେ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଯାଇଥିଲେ । ଅନ୍ୟ ଘରେ ପରିବାର ଲୋକେ ଆସି ସୁଇଚ ଅଫ କରି ମାଣିକ ଙ୍କୁ ଉଦ୍ଧାର କରି ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ କାର୍ଯ୍ୟରତ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ ଓ ହିଞିଳି ଥାନାରେ ଖବର ଦେଇଥିଲେ। ଖବର ପାଇ ହିଞ୍ଜିଳି ପୋଲିସ ହିଞ୍ଜିଳିକାଟୁ ମେଡିକାଲରେ ପହଞ୍ଚି ୧୦।୨୩ ରେ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ଜବତ କରିବା ସହ ଶଵ ଵ୍ୟଵଛେଦ ନିମନ୍ତେ ଵ୍ରହ୍ମପୁର ପଠାଈ ଘଟଣାର ତଦନ୍ତ ଚଳାଇଥିବା ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ ସୂଚନା ପ୍ରଦାନ କରିଛନ୍ତି।

ad-week
Leave A Reply

Your email address will not be published.