ଆଇସିସି ଟେଷ୍ଟ ମାନ୍ୟତା: ଅଶ୍ବିନ ଶୀର୍ଷରେ ସ୍ଥିର

add-all

ଦୁବାଇ: ଭାରତୀୟ ଅଫ୍‌ ସ୍ପିନର୍‌ ବୁଧବାର ପ୍ରକାଶିତ ଆଇସିସ ଟେଷ୍ଟ ବୋଲିଂ ମାନ୍ୟତାର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ବିଶ୍ବ ଟେଷ୍ଟ ଚାମ୍ପିଅନ୍‌ସିପ୍‌ ଫାଇନାଲ ଖେଳିନଥିବା ଅଶ୍ବିନ ପୂର୍ବ ପରି ୮୬୦ ପଏଣ୍ଟ ସହ ୧ ନମ୍ବର ସ୍ଥାନରେ ରହିଛନ୍ତି। ତାଙ୍କ ପଛକୁ ଜେମ୍ସ ଆଣ୍ଡରସନ୍‌ (୮୨୯) ଦ୍ବିତୀୟରେ ରହିଛନ୍ତି। ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା (ସପ୍ତମ) ଓ ବାମହାତୀ ସ୍ପିନର ରବୀନ୍ଦ୍ର ଜାଦେଜା (ନବମ) ଶୀର୍ଷ ୧୦ ମଧ୍ୟରେ ଅପରିବର୍ତ୍ତିତ ରହିଛନ୍ତି। ତେବେ ଇଂଲଣ୍ଡର ଜୋ ରୁଟ୍‌ ବ୍ୟାଟିଂ ମାନ୍ୟତାରେ ଅଷ୍ଟ୍ରେଲିଆର ମାର୍ନସ ଲବୁସାନଙ୍କୁ ହଟାଇ ଶୀର୍ଷ ସ୍ଥାନ ଅକ୍ତିଆର କରିଛନ୍ତି। ଭାରତୀୟ ବ୍ୟାଟର୍‌ ବିରାଟ କୋହଲି ଗୋଟିଏ ସ୍ଥାନ ଖସି ୧୪ ଏବଂ ଅଧିନାୟକ ରୋହିତ ଶର୍ମା ୧୨, ଚେତେଶ୍ବର ପୂଜାରା ୨୫, ଅଜିଙ୍କ୍ୟ ରାହାଣେ ୩୬ ଏବଂ ଶ୍ରେୟସ ଆୟର ୩୭ତମ ସ୍ଥାନରେ ରହିଛନ୍ତି।

ad-week
Leave A Reply

Your email address will not be published.