ସୁନ୍ଦରଗଡ଼ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ବିଭିନ୍ନ ଦାବି ଜଣେଇଲା ସୁନ୍ଦରଗଡ ବିଜେଡି

add-all

ସୁନ୍ଦରଗଡ଼ : ଆଜି ସୁନ୍ଦରଗଡ଼ ବିଜୁ ଜନତା ଦଳର ବରିଷ୍ଠ ନେତା ଜୟ ନାରାୟଣ ତ୍ରିପାଠୀଙ୍କ ନେତ୍ରୁତ୍ବରେ ବିଜେଡିର ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳ ପରାଗ ହର୍ଷଦ ଗାଭାଲିଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି କେତେକ ଜନହିତକର କାର୍ଯ୍ୟ ପାଇଁ ଦାବି କରିଵା ସହିତ ଏକ ଦାବିପତ୍ର ଦେଇ ତାର ସମାଧାନ ପାଇଁ ଅନୁରୋଧ କରିଥିଲେ ! ଦାବି ଗୁଡିକ ମଧ୍ୟ୍ୟରେ ଆଜି ଜିଲ୍ଲାପାଳଙ୍କୁ ମଧ୍ୟ୍ୟ ସୁନ୍ଦରଗଡ଼ରେ ଶବଦାହ ପାଇଁ ତିରିଶ କୁଇଣ୍ଟାଲ କାଠ ସବୁବେଳେ ସଂରକ୍ଷିତ ରଖିବାକୁ ଦାବି କରାଯିବାରୁ ସାଙ୍ଗେ ସାଙ୍ଗେ ସେ ଡିଏଫଓ ଏବଂ କାଠ କର୍ପୋରେସନକୁ ଫୋନ କରି କାଠ ସଂରକ୍ଷିତ ରଖିବାକୁ ନିର୍ଦେଶ ଦେଇଥିଲେ ଏବଂ କାଠ ଗୋଦାମ ପାଇଁ ଚି଼ହ୍ନଟ ହୋଇଥିବା ରିଜର୍ଭ ଖେଳପଡିଆ ପାଖର ଜାଗାକୁ ପରିବର୍ତ୍ତନ କରି ରାଣିବଗିଚା ମଦଭାଟି ପାଖ ରାସ୍ତାର ବାମ ଓ ଡାହାଣ ଉଭୟ ପାଖରେ ଖାଲିଥିବା ସରକାରୀ ଜାଗାକୁ ଚିହ୍ନଟ କରି ଦେଲେ ଲୋକଙ୍କ ବହୁତ ସୁବିଧା ହେବ ବୋଲି ଦାବି ଶୁଣିବା କ୍ଷଣି ସଦର ତହସିଲଦାରଙ୍କୁ ଦେଖା କରି ଜାଗା ଚିହ୍ନଟ କରିବାକୁ କହିଥିଲେ ବୋଲି ପ୍ରତିନିଧି ମଣ୍ଡଳୀ ମତବ୍ୟକ୍ତ କରିଥିଲେ ।ସୁନ୍ଦରଗଡ଼ ସରକାରୀ ଡାକ୍ତରଖାନାର ମହିଳା ଏବଂ ପୁରୁଷ ୱାର୍ଡରେ ରହି ଚିକିତ୍ସା ହେଉଥିବା ରୋଗୀଙ୍କ ପିଇବା ପାଇଁ ପାଣି ଲାଗି କେବଳ ଗୋଟିଏ ଲେଖାଏଁ ଆକୁଆ ଗାର୍ଡ ଲାଗିଥିବାରୁ ଲୋକେ ପାଣି ପାଇଁ ଲମ୍ବା ଲାଇନ ଲାଗୁଥିବା ଏବଂ ଘଣ୍ଟା ଘଣ୍ଟା ଅପେକ୍ଷା କରିବା ସତ୍ୱେ ଆବଶ୍ୟକ ମୁତାବକ ପାଣି ପାଉନଥିବା ଅଭିଯୋଗ ଉପରେ ଜିଲ୍ଲାପାଳ ଖୁବଶୀଘ୍ର ଆଉ ଦୁଇଟି ନୁଆଁ ଆକ୍ଵାଗାର୍ଡ ଲଗାଯିବ ବୋଲି ନିର୍ଭର ପ୍ରତିଶୃତି ଦେଇ ଥିଲେ ବୋଲି ଶ୍ରୀ ତ୍ରିପାଠୀ ପ୍ରକାଶ କରିଛନ୍ତି। ଏହି ଆଲୋଚନା ସମୟରେ ବିଜେଡିର ବରିଷ୍ଠ ନେତା ଜୟ ନାରାୟଣ ତ୍ରିପାଠୀ ଙ୍କ ସହିତ ପୂର୍ବତନ ନଗରପାଳ ତଥା କାଉନସିଲର ବେଣୁଧର ତାଣ୍ଡିଆ, କାଉନସିଲର ସୁମନ୍ତ ସାହୁ କାଉନସିଲର ଅନିଲ ମହାପାତ୍ର,ଗୋପ ମହାନ୍ତି,ଏମଡି କଲିମ,ପ୍ରମୁଖ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.