ଡ଼.ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୭୦ ତମ ବଳିଦାନ ଦିବସ ପାଳିତ

add-all

ବ୍ରହ୍ମପୁର : ଭାରତୀୟ ଜନତା ପାର୍ଟି ପୁରୁଣା ବ୍ରହ୍ମପୁର ମଣ୍ଡଳ ତରଫରୁ ଭାରତୀୟ ଜନସଂଘର ପ୍ରତିଷ୍ଠାତା ତଥା ପ୍ରଖର ରାଷ୍ଟ୍ରବାଦୀ ଡ଼.ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୭୦ ତମ ବଳିଦାନ ଦିବସ ମଣ୍ଡଳ ସଭାପତି କେ.ଟୁଙ୍ଗୁରୁ ପାତ୍ରଙ୍କ ସଭାପତିତ୍ବରେ ସ୍ଥାନୀୟ ଆଗା ସାହି ସ୍ଥିତ ଦଳୀୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ୧୯୦୧ ମସିହା ଜୁଲାଇ ୦୬ ତାରିଖ କଲିକତାରେ ଜନ୍ମ ଗ୍ରହଣ କରିଥିବା ଡ଼.ମୁଖାର୍ଜୀ ନେହରୁ ସରକାରରେ ବାଣିଜ୍ୟ ଓ ଉଦ୍ୟୋଗ ବିଭାଗର ମନ୍ତ୍ରୀ ଥିଲେ । ସ୍ୱର୍ଗତ ମୁଖାର୍ଜୀ ନେହରୁ ସରକାରରେ ମନ୍ତ୍ରୀ ଥିବା ବେଳେ ଲିଆକତ୍ – ନେହୁରୁ ଆକ୍ଟକୁ ବିରୋଧ କରି ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । କାଶ୍ମୀରରେ ୩୭୦ ଧାରା ଉଚ୍ଛେଦ ନିମନ୍ତେ ଡ଼.ମୁଖାର୍ଜୀ ଆନ୍ଦୋଳନର କର୍ଣ୍ଣଧାର ସାଜିଥିଲେ । “ଏକ ଦେଶ ମେ ଦୋ ବିଧାନ,ଦୋ ନିଶାନ,ଦୋ ପ୍ରଧାନ ନେହିଁ ଚଲେଗା ନେହିଁ ଚଲେଗା” ଏହି ନାରା ଦେଇ କାଶ୍ମୀରରେ ପ୍ରବେଶ କରିଥିଲେ । ୧୯୫୩ ମସିହା ଜୁନ୍ ୨୩ ତାରିଖ ଆଜିର ଦିନରେ ସନ୍ଦେହଜନକ ଭାବେ ଜାମ୍ମୁକାଶ୍ମୀର କେନ୍ଦ୍ରୀୟ କାରାଗାରରେ ତାଙ୍କର ମୃତ୍ୟୁ ଘଟିଥିଲା । ତେଣୁ ବିଜେପି ଏହାକୁ ବଳିଦାନ ଦିବସ ରୂପେ ପାଳନ କରୁଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାମ୍ମୁକାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ କରି ଏହି ମହାନ ଆତ୍ମା ଡ଼.ମୁଖାର୍ଜୀଙ୍କ ସ୍ୱପ୍ନକୁ ସାକାର କରିଛନ୍ତି ବୋଲି ବିଜେପି ନେତୃବୃନ୍ଦ ଜଣାଇବା ସହ ଡ଼. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ଜିଲ୍ଲା ଉପସଭାପତି ସୁନିଲ କୁମାର ସାହୁ,ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ରତ୍ନଗର୍ଭା ସରସ୍ଵତୀ ଦେବୀ,ବରିଷ୍ଠ ନେତା ସୁମନ ଶତପଥି,ପୂର୍ବତନ ମଣ୍ଡଳ ସଭାପତି ବିନାୟକ ରଥ,ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚା ସମ୍ପାଦକ ବାଙ୍କାନିଧି ସେଠୀ,ରାହୁଲ ସୁବୁଦ୍ଧି,ଦାଶରଥି ସାହୁ,ଲିଙ୍ଗରାଜ ବେହେରା,କେ.ରବୀନ୍ଦ୍ର ପାତ୍ର,ସୁଜ୍ଞାନୀ ପଣ୍ଡା ପ୍ରମୁଖ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ଆପଣଙ୍କ – ସୁନିଲ କୁମାର ସାହୁ ‌ ଜିଲ୍ଲା ଉପସଭାପତି ତଥା ମିଡ଼ିଆ ପ୍ରଭାରୀ ବିଜେପି, ଗଞ୍ଜାମ ।

ad-week
Leave A Reply

Your email address will not be published.