ଅଟୋ ଓ ମଟର ସାଇକେଲ ମୁହାଁମୁହିଁ ଧକା, ଅଟୋ ଡ୍ରାଇଭର ଗୁରୁତର

add-all

ଦାରିଙ୍ଗବାଡ଼ି,୨୪/୬ : ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ କିରୀକୁଟି ଗ୍ରାମର ମହାଦେବ ପାତ୍ରଙ୍କ ପୁଅ ହେମନ୍ତ ପାତ୍ର(୩୨) ଅପରାହ୍ନରେ ଆଦିବାସୀ ଗ୍ରାମକୁ ଅଟୋରେ ହଳଦୀ ନେଇଦେଇ କିରୀକୁଟି ଫେରୁଥିଲା । ଏହି ସମୟରେ କନ୍ଧିବାନ୍ଦା ଗ୍ରାମର ଦୁଇଜଣ ଯୁବକ ମଟର ସାଇକେଲରେ ସିମାନବଡ଼ିରୁ କନ୍ଧିବାନ୍ଦା ଗ୍ରାମକୁ ଯିବା ସମୟରେ ଆଦିବାସୀ ଗ୍ରାମ ନିକଟରେ ଅଟୋ ଓ ମଟର ସାଇକେଲ ମୁହାଁମୁହିଁ ଧକା ହୋଇଥିଲା। ଏଥିରେ ମଟର ସାଇକେଲରେ ଯାଉଥିବା ଦୁଇଜଣ ବ୍ୟକ୍ତି ସାମାନ୍ୟ ଆହତ ହୋଇଥିଲା ବେଳେ ଅଟୋ ଡ୍ରାଇଭର ହେମନ୍ତ ପାତ୍ର ଗୁରୁତର ଆହାତ ହୋଇଥିଲେ। ଗ୍ରାମ ବାସି ତିନି ଜଣ ଆହତଙ୍କୁ ଦାରିଙ୍ଗବାଡ଼ି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତିକରି ଚିକିତ୍ସା କରିଥିଲେ। ହେମନ୍ତ ଗୁରୁତର ଅବସ୍ଥାରେ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ରେଫର କରିଥିବା ଜଣାପଡ଼ିଛି ।

ad-week
Leave A Reply

Your email address will not be published.