ବିବାହିତା ମହିଳାଙ୍କୁ ଦୁର୍ଷ୍କମ ଓ ଅନ୍ତରଙ୍ଗ ମୂହୁର୍ତ୍ତର ଭିଡିଓ ଭାଇରାଲ ଅଭିଯୋଗ: ଯୁବକ ଗିରଫ

add-all

ହିଞ୍ଜିଳିକାଟୁ : ବିବାହିତା ମହିଳାଙ୍କୁ ଦୁର୍ଷ୍କମ ସହ ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ ଭାଇରାଲ ଅଭିଯୋଗରେ ହିଞ୍ଜିଳି ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି । ଗିରଫ ଯୁବକ ଜଣଙ୍କ ହେଲେ ହିଞ୍ଜିଳି ଥାନା ରଙ୍ଗଣିପଲ୍ଲୀ ଗ୍ରାମର ଗଣେଶ ସେଠି (୨୫) । ଏ ନେଇ ହିଞ୍ଜିଳି ଥାନାରେ କେସ ନମ୍ବର ୪୪୪/୨୩ ରେ ଏକ ମାମଲା ରୁଜୁ କରି ଶନିବାର କୋର୍ଟ ଚାଲାଣ କରାଯାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ସୂତ୍ରରୁ ପ୍ରକାଶ ।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ହିଞ୍ଜିଳି ଥାନା ରଙ୍ଗଣିପଲ୍ଲୀ ଗ୍ରାମର ଜୈନିକ ଯୁଵତୀଙ୍କୁ ସେହି ଗ୍ରାମର ଗଣେଶ ସେଠି ଅଭିଯୁକ୍ତ ଜଣକ ପ୍ରେମ ନିବେଦନ କରିଥିଲେ। ଏହା ପରେ ଉଭୟଙ୍କ ପ୍ରେମ ସଂପର୍କ ଗଢ଼ି ଉଠିବା ପରେ ଅଚାନକ ଦିନେ ଅଭିଯୁକ୍ତ ଜଣକ ଯୁଵତୀଙ୍କୁ ତାଙ୍କ ଇଛା ବିରୋଧରେ ବାରମ୍ବାର ଦୁର୍ଷ୍କମ କରିଥିଲେ ଓ ଯୁବତୀଙ୍କ ଅଜାଣତରେ ଏହାର ଭିଡିଓ କରିଥିଲେ । ଯୁବତୀ ଜଣକ ଲୋକଲଜ୍ବା ଭୟରେ ପରିବାର ଲୋକଙ୍କୁ ଜଣାଇନଥିଲେ। ଗତ ୧ ବର୍ଷ ପୂର୍ବେ ଯୁବତୀଙ୍କ ବିବାହ ହୋଇଥିଲା । କିଛି ଦିନ ପୂର୍ବେ ମହିଳା ଜଣଙ୍କ ବାପାଘର ଗ୍ରାମକୁ ଆସିଥିବା ବେଳେ ଗଣେଶ ମହିଳାଙ୍କ ସହିତ ଶାରୀରିକ ସଂପର୍କ ସ୍ଥାପନ କରିବାକୁ ବାଧ୍ୟ କରିଥିଲେ । ଏଥିରେ ମହିଳା ଜଣଙ୍କ ରାଜି ନହେବାରୁ ଯୁବକ ଜଣଙ୍କ ଉତକ୍ଷିପ୍ତ ହୋଇ ଦୁହିଁଙ୍କ ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ ମହିଳାଙ୍କ ସ୍ବାମୀଙ୍କ ମୋବାଇଲକୁ ପଠାଇବା ସହିତ ସାମାଜିକ ଗଣମାଧ୍ୟମରେ ଭାଇରାଲ କରିଥିଲେ । ମହିଳାଙ୍କ ସ୍ବାମୀ ଘଟଣା ସମ୍ପର୍କରେ ଜାଣିବା ପରେ ସ୍ତ୍ରୀଙ୍କୁ ଗ୍ରହଣ କରିନଥିଲେ । ଘଟଣା ନେଇ ମହିଳା ଜଣଙ୍କ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ ।

ad-week
Leave A Reply

Your email address will not be published.