ବ୍ରହ୍ମପୁରରେ କିରୋସିନ ଢାଳି ନିଜକୁ ଜାଳିଦେଲେ ଯୁବତୀ, କଟକ ସ୍ଥାନାନ୍ତର ବେଳେ ମୃତ୍ୟୁ

ବ୍ରହ୍ମପୁର: କିରୋସିନ ଢାଳି ନିଜକୁ ଜାଳିଦେଲେ ଯୁବତୀ । ବ୍ରହ୍ମପୁର ବଡ଼ବଜାର ଥାନା ଶାନ୍ତିନଗର ଲେନ୍-୫ରେ ଯୁବତୀଙ୍କ ଆତ୍ମାହୁତି । ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲ ସ୍ଥାନାନ୍ତର ବେଳେ ଯୁବତୀଙ୍କ ମୃତ୍ୟୁ । ତେବେ ଯୁବତୀ ଜଣକ କାହିଁକି ନିଜକୁ ଜାଳିଲେ ତା'ର କାରଣ ଅସ୍ପଷ୍ଟ ରହିଛି ।

ସିଂହଦ୍ୱାର ଚକଡାରେ ତିନି ରଥ, ଆସନ୍ତାକାଲି ଅପରାହ୍ଣ ୪ଟାରେ ରଥଟଣା

ପୁରୀ:ରାତି ପାହିଲେ ପୁରୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରା । ମହାପ୍ରଭୁଙ୍କର ଘୋଷଯାତ୍ରା ପାଇଁ ସବୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ରଥଯାତ୍ରା ପାଇଁ ଛତିଶା ନିଯୋଗ, ନୀତି ସବ୍ କମିଟି ଓ ଶ୍ରୀମନ୍ଦିର ପରିଚାଳନା କମିଟି ସ୍ଵୀକୃତି କ୍ରମେ ନୀତି ନିର୍ଘଣ୍ଟ

ଶିମିଳିପାଳରେ ବଢ଼ିଲା ବାଘ ସଂଖ୍ୟା, ଯମୁନା ଓ ଜିନତକୁ ମିଶାଇ ମୋଟ୍ ୩୫ ବାଘ

ବାରିପଦା: ଶିମିଳିପାଳ ଜାତୀୟ ଅଭୟାରଣ୍ୟରେ ବାଘର ସଂଖ୍ୟା ୩୫କୁ ବୃଦ୍ଧି ପାଇଛି ବୋଲି ବନ ବିଭାଗର ସର୍ବଶେଷ କ୍ୟାମେରା ଟ୍ରାପ୍ ସର୍ବେକ୍ଷଣରେ ଜଣାପଡ଼ିଛି। ପିସିସିଏଫ(ୱାଇଲ୍ଡଲାଇଫ୍) ଓ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ପ୍ରେମ କୁମାର ଝା କହିଛନ୍ତି ଯେ, ସମ୍ପ୍ରତି କରାଯାଇଥିବା କ୍ୟାମେରା

ତ୍ରିକୋଣୀୟ ପ୍ରେମ ପାଇଁ ଝୁଲିପଡ଼ିଲେ ନର୍ସ !

ଭୁବନେଶ୍ୱର:ରାଜଧାନୀ ଭୁବନେଶ୍ୱରରେ ଜଣେ ଷ୍ଟାଫ୍ ନର୍ସଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଡମଣା ଅଞ୍ଚଳର ଏକ ଭଡ଼ାଘରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ । ଘଟଣା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।ସୂଚନାଥାଉକି, ମୃତ ଯୁବତୀ

ବୌଦ୍ଧ ଆଧ୍ୟାତ୍ମିକ ପର୍ଯ୍ୟଟନ ବିକାଶ, ଗୁରୁ ପଦ୍ମସମ୍ଭବ ବୌଦ୍ଧ ମହାବିହାର ସହିତ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: ଓଡ଼ିଶାର ସମୃଦ୍ଧ ବୌଦ୍ଧ ସଂସ୍କୃତିର ସଂରକ୍ଷଣ ଓ ପ୍ରସାର ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପରେ ଆଜି (ବୁଧବାର) ରାଜ୍ୟ ସରକାର ଓ ଜିରାଙ୍ଗସ୍ଥିତ ଗୁରୁ ପଦ୍ମସମ୍ଭବ ବୌଦ୍ଧ ମହାବିହାର ସହ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଲୋକସେବା ଭବନ ଠାରେ ଅନୁଷ୍ଠିତ ଏହି

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ RI, ୨୫ ହଜାର ଟଙ୍କା ନେଉଥିଲେ ଲାଞ୍ଚ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଆରଆଇ। ରାୟଗଡା ଜିଲ୍ଲାର ଗୁଣୁପୁର ତହସିଲର ଜଣେ ରାଜସ୍ୱ ନିରୀକ୍ଷକ (ଆରଆଇ) ବୁଧବାର ଦିନ ଏକ ମ୍ୟୁଟେସନ୍ ମାମଲାରେ ଅନୁକୂଳ ତଦନ୍ତ ରିପୋର୍ଟ ଦାଖଲ କରିବା ପାଇଁ ୨୫,୦୦୦ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି।

ରଥ ଉପରେ ଅନଧିକୃତ ପ୍ରବେଶ ଓ ମୋବାଇଲ ବ୍ୟବହାର ସଂପୂର୍ଣ୍ଣ ମନା: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ:ଆଜ୍ଞାମାଳ ବିଜେ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଥଯାତ୍ରା ପ୍ରସ୍ତୁତି ଓ ନୀତିକାନ୍ତି ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ ବେଶ ସୂଚାରୁ ଭାବେ ସମ୍ପନ୍ନ ହୋଇଛି। ଆଜି ମଧ୍ୟ ଉଭାରେ ନୀତିକାନ୍ତି ନିର୍ଦ୍ଧାରିତ ସମୟ ଓ ପରମ୍ପରା ଅନୁଯାୟୀ

ରାଜଧାନୀରେ ପୁଣି ଭୟଙ୍କର ହିଟ୍ ଆଣ୍ଡ ରନ୍, ଅଜଣା ଗାଡ଼ି ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର : ରାଜଧାନୀରେ ପୁଣି ହିଟ୍ ଆଣ୍ଡ ରନ୍। ଅଜଣା ଗାଡ଼ି ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଖଣ୍ଡଗିରି ଓଭରବ୍ରିଜରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକ୍ ରେ ଯାଉଥିବା ଦୁଇ ଯୁବକଙ୍କୁ ଧକ୍କା ଦେଇ ଫେରାର ହୋଇଗଲା ଗାଡ଼ି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ

ଧରାପଡ଼ିଲା ୭୦ କିଲୋ ଗଞ୍ଜେଇ, ମାଷ୍ଟରମାଇଣ୍ଡ ଯୁବତୀ ଗିରଫ

ଭୁବନେଶ୍ୱର: ରାଜ୍ୟରେ ବଢିଚାଲିଛି ନିଶା କାରବାର। ସେ ପୁଣି ନୂଆ ନୂଆ ବିଭିନ୍ନ ଉପାୟରେ। ପ୍ରେମ ଆଉ ପରିବାରର ଆଳରେ ଚାଲିଥିଲା ନିଶା ବେପାର। କନ୍ଧମାଳରୁ ଭୁବନେଶ୍ୱରକୁ ଗଞ୍ଜେଇ ଚାଲାଣ ବେଳେ ନୟାଗଡ଼ରେ ମାଡ଼ି ବସିଲା ଅବକାରୀ ବିଭାଗ। ପୁଲିସ ଏହି ‘ଲୈଲା ମଜନୁ’ ଗ୍ୟାଙ୍ଗକୁ କାବୁ କରିବା ସହ

ରାତି ପାହିଲେ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା, ପୁରୀ ସହର ଭିତରକୁ ସାଧାରଣ ଯାନବାହନ ପ୍ରବେଶ ଉପରେ କଟକଣା

ପୁରୀ : ସମ୍ପୂର୍ଣ୍ଣ ହେଲା ପୁରୀ ରଥଯାତ୍ରା ପ୍ରସ୍ତୁତି । ଆସନ୍ତାକାଲି ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚାଯାତ୍ରା । ଗତକାଲି ନବଯୌବନ ଦର୍ଶନରେ ଚତୁର୍ଦ୍ଧାମୂର୍ତ୍ତି ଅଣସର ଘରୁ ବାହାରି ଭକ୍ତଙ୍କୁ ଦର୍ଶନ ଦେବା ପରେ, ଏବେ ପୁରୀ ବଡ଼ଦାଣ୍ଡ ସମ୍ପୂର୍ଣ୍ଣ ଭକ୍ତିମୟ ହୋଇଉଠିଛି । ମହାପ୍ରଭୁଙ୍କ